ଓଡିଶା

odisha

ETV Bharat / bharat

୮ ଘଣ୍ଟା ବିଳମ୍ବ ହେଲା ଏୟାର ଇଣ୍ଡିଆ ବିମାନ, ବିନା ଏସିରେ ଅଚେତ୍ ହେଲେ ଯାତ୍ରୀ - Air India flight delayed

Air India flight delayed by 8 hours: ଦିଲ୍ଲୀରୁ ଉଡି ପାରିଲାନି ବିମାନ । ଦୀର୍ଘ ୮ ଘଣ୍ଟାରୁ ଅଧିକ ସମୟ ଧରି ବିମାନ ଭିତରେ ବିନା ଏସିରେ ବସିରହିବା କାରଣରୁ ଅଚେତ୍ ହୋଇଗଲେ ଯାତ୍ରୀ । ଅଧିକ ପଢନ୍ତୁ

By ETV Bharat Odisha Team

Published : May 31, 2024, 10:09 AM IST

୮ ଘଣ୍ଟା ବିଳମ୍ବ ହେଲା ଏୟାର ଇଣ୍ଡିଆ ବିମାନ, ବିନା ଏସିରେ ଅଚେତ୍ ହେଲେ ଯାତ୍ରୀ
୮ ଘଣ୍ଟା ବିଳମ୍ବ ହେଲା ଏୟାର ଇଣ୍ଡିଆ ବିମାନ, ବିନା ଏସିରେ ଅଚେତ୍ ହେଲେ ଯାତ୍ରୀ (ETV Bharat Odisha)

ନୂଆଦିଲ୍ଲୀ: ଦିଲ୍ଲୀ-ସାନ ଫ୍ରାନ୍ସିସକୋ ଏୟାର ଇଣ୍ଡିଆ ବିମାନରେ ଚରମ ଅବ୍ୟବସ୍ଥା । ୮ ଘଣ୍ଟା ବିଳମ୍ବ ହେଲା ବିମାନ ଉଡାଣ । ଦୀର୍ଘ ୮ ଘଣ୍ଟାରୁ ଅଧିକ ସମୟ ଧରି ବିନା ଏସିରେ ବିମାନରେ ବସି ରହିବା କାରଣରୁ ଅଚେତ୍ ହୋଇଗଲେ ଯାତ୍ରୀ । ଗତକାଲି (ଗୁରୁବାର) ରାଜଧାନୀ ଦିଲ୍ଲୀରୁ ଆମେରିକାର ସାନ ଫ୍ରାନ୍ସିସକୋ ଯିବାକୁ ଥିବା ଏୟାର ଇଣ୍ଡିଆର AI 183 ବିମାନରେ ଏହି ଘଟଣା ଘଟିଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ, ଏୟାର ଇଣ୍ଡିଆର ଏହି ବିମାନ ୩୧ ତାରିଖ ଗୁରୁବାର (ଗତକାଲି) ଦିନ ୧୧ଟାରେ ଦିଲ୍ଲୀ ବିମାନ ବନ୍ଦରରୁ ସାନ ଫ୍ରାନ୍ସିସକୋ ଅଭିମୁଖେ ଉଡାଣ ଭରିବାର ଥିଲା । ହେଲେ କୌଣସି କାରଣ ଯୋଗୁଁ ବିମାନ ଉଡାଣ ବିଳମ୍ବ ହୋଇଥିଲା । ଫଳରେ ଯାତ୍ରୀମାନେ ଦୀର୍ଘ ୮ ଘଣ୍ଟା କାଳ ବିମାନ ଭିତରେ ରହିଥିଲେ । ଏହି ସମୟରେ ବିମାନରେ ଏସି ଚାଲିନଥିଲା । ଯେଉଁ କାରଣରୁ ପ୍ରବଳ ଗରମ ଗୁଳୁଗୁଳିରେ କିଛି ଯାତ୍ରୀ ଅଚେତ ହୋଇଯାଇଥିଲେ । ଏହାପରେ ବିମାନରୁ ସେହି ଯାତ୍ରୀମାନଙ୍କୁ ବାହାରକୁ ନିଆଯାଇଥିଲା । ଏନେଇ କିଛି ଯାତ୍ରୀ ସୋସିଆଲ ମିଡିଆରେ ସେହି ସମୟର ଚିତ୍ର ପୋଷ୍ଟ କରି କ୍ଷୋଭ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଦିଲ୍ଲୀରୁ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଆତଙ୍କ, ଏମର୍ଜେନ୍ସି ଡୋର ଦେଇ ବାହାରିଲେ ଯାତ୍ରୀ - Bomb Threat On Flight

କହିରଖୁଛୁ କି, ଚଳିତ ବର୍ଷ ରାଜଧାନୀ ଦିଲ୍ଲୀରେ ତାତି ରେକର୍ଡ ଭାଙ୍ଗିଛି । ପ୍ରବଳ ଗରମ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବାବେଳେ ବିନା ଏସିରେ ବିମାନ ଭିତରେ ଯାତ୍ରୀମାନେ ୮ ଘଣ୍ଟା ବସି ରହିବା କାରଣରୁ ଅଚେତ୍ ହୋଇଯାଇଥିଲେ । ଏହି ସମୟରେ ଜଣେ ଯାତ୍ରୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟ୍ୟାଗ୍ କରି ପୋଷ୍ଟ କରିଥିଲେ, ''ଏୟାର ଇଣ୍ଡିଆ AI 183 ବିମାନ ଉଡାଣ ୮ ଘଣ୍ଟା ବିଳମ୍ବ ହୋଇଛି । ଯାତ୍ରୀମାନେ ବିନା ଏସିରେ ବିମାନରେ ବସିଛନ୍ତି । ଏଥିରେ କିଛି ଯାତ୍ରୀ ଅଚେତ୍ ହୋଇଯିବା ପରେ ସେମାନଙ୍କୁ ବିମାନରୁ ବାହାରକୁ ନିଆଯାଇଛି । ଏହା ଅମାନବୀୟ ।''

ଏହି ପୋଷ୍ଟର ଜବାବରେ ଏୟାରଲାଇନ୍ସ କହିଥିଲା ଯେ, ଏହି ଅସୁବିଧା ପାଇଁ ଆମେ ଦୁଃଖିତ । ଶୀଘ୍ର ଯାତ୍ରା ଆରମ୍ଭ କରିବା ଲାଗି ଆମ ଟିମ୍ ସକ୍ରିୟ ରୂପେ କାର୍ଯ୍ୟ କରୁଛି । ଯାତ୍ରୀମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ଟିମକୁ ଆଲର୍ଟ କରାଯାଇଛି ।

ABOUT THE AUTHOR

...view details