ଓଡିଶା

odisha

ETV Bharat / bharat

ମିଳିଲା କେନ୍ଦ୍ରର ଅନୁମତି, ଖୁବଶୀଘ୍ର ଆରମ୍ଭ ହେବ ଉତ୍ତରକାଶୀ ଟନେଲ ନିର୍ମାଣ କାର୍ଯ୍ୟ - ଉତ୍ତରକାଶୀ ଟନେଲ ନିର୍ମାଣ କାର୍ଯ୍ୟ

Uttarkashi Silkyara Tunnel: ଅଘଟଣ ପରେ ବନ୍ଦ ଥିବା ଉତ୍ତରକାଶୀ ଟନେଲ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ତେବେ ଏହି ଟନେଲ ମଧ୍ୟରେ ଗାଡି ଖରାପ ହେଲେ କୌଣସି ଚିନ୍ତାର ବିଷୟ ନାହିଁ ବୋଲି NHIDCL ଅଧିକାରୀ କହିଛନ୍ତି । ଅଧିକ ପଢନ୍ତୁ

Uttarkashi Silkyara Tunnel
Uttarkashi Silkyara Tunnel

By ETV Bharat Odisha Team

Published : Jan 27, 2024, 10:48 PM IST

ଡେରାଡୁନ: ଉତ୍ତରାଖଣ୍ଡରେ ଉତ୍ତରକାଶୀରେ ଥିବା ସିଲକ୍ୟାରା ଟନେଲ ଟ୍ରାଜେଡି ସାରା ଦେଶକୁ ଦୋହଲାଇ ଦେଇଥିଲା । ଏହି ଟନେଲ ଭିତରେ ୪୧ଜଣ ଶ୍ରମିକ ଫସି ରହିଥିଲେ । ତେବେ ଏହି ଅଘଟଣ ପରେ ବନ୍ଦ ରହିଥିଲା ନିର୍ମାଣ କାର୍ଯ୍ୟ । ନିକଟରେ କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ପରେ ନିର୍ମାଣ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ଏ ନେଇ ପ୍ରସ୍ତୁତି କରାଯାଉଥିବା ବେଳେ ଏଣିକି ଟନେଲ ମଧ୍ୟରେ ଗାଡ଼ି ଖରାପ ହେଲେ କୌଣସି ଚିନ୍ତା ନେବାର ଆବଶ୍ୟକତା ନାହିଁ ବୋଲି NHIDCL ଅଧିକାରୀ କହିଛନ୍ତି ।

ସୁଡଙ୍ଗ ବାହାରେ ଅନ୍ୟାନ୍ୟ କାର୍ୟ୍ୟରେ ନିୟୋଜିତ ଶ୍ରମିକ

ଗତ ବର୍ଷ ନଭେମ୍ବର ୧୨ ତାରିଖ ସକାଳେ ଟନେଲର ସିଲକ୍ୟାରା ପ୍ରବେଶଠାରୁ ୨୦୦ ମିଟର ଆଗରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଥିଲା । ଏହି କାରଣରୁ ଟନେଲର ପ୍ରବେଶ ପଥ ବନ୍ଦ ହୋଇଯାଇଥିଲା । ଭିତରେ କାମ କରୁଥିବା ୪୧ଜଣ ଶ୍ରମିକ ଫସି ରହିଥିଲେ । ଦୀର୍ଘ ୧୭ ଦିନ ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟ ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ସେହି ଦିନଠାରୁ ଟନେଲର ନିର୍ମାଣ କାର୍ଯ୍ୟ ବନ୍ଦ ହୋଇ ରହିଥିଲା । ଏହି ସୁଡଙ୍ଗ ସମ୍ପୂର୍ଣ୍ଣ ହେବା ଲାଗି ୪୮୦ ମିଟର ନିର୍ମାଣ ବାକି ଅଛି । ଏହି ଟନେଲର ଲମ୍ବ ପ୍ରାୟ ସାଢେ ୪ କିଲୋମିଟର ।

ଏହା ବି ପଢନ୍ତୁ- ଉତ୍ତରକାଶୀ ଟନେଲ ଟ୍ରାଜେଡି: ଦେବଭୂମିରେ କାହିଁକି ନିର୍ମାଣ ହେଉଛି ଏତେ ସଂଖ୍ୟକ ଟନେଲ ?

ନ୍ୟାସନାଲ ହାଇୱେ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ (NHIDCL) ଅଧିକାରୀଙ୍କ କହିବାନୁସାରେ ସୁଡଙ୍ଗକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ବାରା ଡିଜାଇନ କରାଯାଇଛି । ସିଲକ୍ୟାରାଠାରୁ ବଡକୋଟ ପର୍ଯ୍ୟନ୍ତ ପ୍ରାୟ ୪.୨ ପ୍ରତିଶତ ଅର୍ଥାତ ପ୍ରତି ୧୦୦ମିଟରରେ ୪ ମିଟର ତଳୁଆ ରହିବ । ଏଣୁ ଯଦି ଟନେଲ ଭିତରେ କୌଣସି ଯାନ ଖରାପ ହୁଏ, ତେବେ ନ୍ୟୁଟ୍ରାଲ ମାଧ୍ୟମରେ ଧକ୍କା ଲଗାଇ ଏହାକୁ ତଳକୁ ଆଣିହେବ । ଏହାରି ମଧ୍ୟରେ ଟନେଲର ଡିପିଆରକୁ ମଧ୍ୟ ସଂଶୋଧନ କରାଯିବାର ସମ୍ଭାବନା ରହିଥିଲା । ହେଲେ ଏହାକୁ ଏନଏଚଆଇଡିସିଏଲ ଅଧିକାରୀ ଖଣ୍ଡନ କରିଛନ୍ତି । ଏହି ଡିପିଆରରେ ପୂର୍ବରୁ ବହୁ ଅର୍ଥ ଖର୍ଚ୍ଚ ହେଉଥିବାରୁ ଏହାକୁ ପରିବର୍ତ୍ତନ କରାଯିବ ନାହିଁ ବୋଲି ଅଧିକାରୀ କହିଛନ୍ତି ।

ଏହା ବି ପଢନ୍ତୁ- ଉତ୍ତରକାଶୀ ଟନେଲ ଟ୍ରାଜେଡି; ଭାଇରାଲ ହେଲା ଟନେଲ ଭିତରର ଭିଡିଓ

ଏବେ ନିର୍ମାଣ କାର୍ଯ୍ୟ ଲାଗି କେବଳ ୧୦ରୁ ୧୫ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି । ଏ ନେଇ ନିର୍ମାଣକାରୀ କମ୍ପାନୀର ଲୋକସମ୍ପର୍କ ଅଧିକାରୀ ଗିରିଧାରୀ ଲାଲ କହିଛନ୍ତି ଯେ ସୁଡଙ୍ଗ କାର୍ଯ୍ୟ ବନ୍ଦ ଥିବା ଯୋଗୁଁ କମ୍ପାନୀର ଶ୍ରମିକଙ୍କୁ ଅନ୍ୟ ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ କରାଯାଇଚି । ଏଠାରେ ଏବେ ୧୦ରୁ ୧୫ ଜଣ ଶ୍ରମିକ କାର୍ଯ୍ୟ କରୁଛନ୍ତି । ଏବେ ସେମାନେ ସୁଡଙ୍ଗ ବାହାରେ ସଫେଇ ଓ ଅନ୍ୟାନ୍ୟ କାର୍ଯ୍ୟ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details