ଓଡିଶା

odisha

ETV Bharat / bharat

ଦିଲ୍ଲୀ ପରେ ରାଜକୋଟ, ପ୍ରବଳ ବର୍ଷା ପବନରେ ଭୁଶୁଡିଲା ବିମାନ ବନ୍ଦର ସେଡ୍‌ - SHED COLLAPSED AT RAJKOT AIRPORT - SHED COLLAPSED AT RAJKOT AIRPORT

Canopy collapses at Rajkot airport terminal: ପ୍ରବଳ ବର୍ଷା ପବନରେ ଭୁଶୁଡି ପଡିଲା ରାଜକୋଟ ବିମାନ ବନ୍ଦର ସେଡ । କେହି ମୃତାହତ ହୋଇନଥିବା ସୂଚନା । ଅଧିକ ପଢନ୍ତୁ

ଦିଲ୍ଲୀ ପରେ ରାଜକୋଟ, ପ୍ରବଳ ବର୍ଷା ପବନରେ ଭୁଶୁଡିଲା ବିମାନ ବନ୍ଦର ସେଡ୍‌
ଦିଲ୍ଲୀ ପରେ ରାଜକୋଟ, ପ୍ରବଳ ବର୍ଷା ପବନରେ ଭୁଶୁଡିଲା ବିମାନ ବନ୍ଦର ସେଡ୍‌ (ETV Bharat Odisha)

By ETV Bharat Odisha Team

Published : Jun 29, 2024, 3:06 PM IST

ଗାନ୍ଧୀନଗର:ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବର୍ଷା,ପବନରେ ଟିର୍ମିନାଲ ସେଡ ଭୁଶୁଡିବା ଘଟଣାକୁ 24 ଘଣ୍ଟା ନପୂରୁଣୁ ଗୁଜୁରାଟରେ ଦେଖିବାକୁ ମିଳିଛି ସମାନ ଘଟଣାର ପୁନରାବୃତ୍ତି । ରାଜକୋଟ ବିମାନ ବନ୍ଦରର ଟର୍ମିନାଲ ବିଲ୍ଡିଂର ବାହ୍ୟ ସେଡ ଭୁଶୁଡି ପଡିଛି । ପ୍ରବଳ ବର୍ଷା ପବନରେ ସେଡର କିଛି ଅଂଶ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ମାତ୍ର ସୌଭାଗ୍ୟବଶତଃ କେହି ମୃତାହତ ହୋଇନଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ବିମାନ ସେବା ପ୍ରଭାବିତ ହୋଇନଥିଲେ ସୁଦ୍ଧା ଟର୍ମିନାଲରେ ଯାତ୍ରୀଙ୍କ ଯାତାୟତ ପ୍ରଭାବିତ ହୋଇଛି । ବିମାନ ବନ୍ଦରରେ କ୍ଷତିଗ୍ରସ୍ତ ଏରିଆକୁ କର୍ଡନ କରାଯାଇ ଯାତ୍ରୀ ସେବା ବନ୍ଦ ରଖାଯାଇଛି । ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ଏଠାରେ ସୂଚନାଯୋଗ୍ୟ ଯେ, ଗତ 24 ଘଣ୍ଟାରୁ ଅଧିକ ସମୟ ଧରି ଦିଲ୍ଲୀ ଓ ଉତ୍ତର ଭାରତ ସମେତ ଗୁଜୁରାଟରେ ମଧ୍ୟ ବର୍ଷା ଜାରି ରହିଛି । ଗତକାଲି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ଏକ ନମ୍ବର ଟର୍ମିନାଲର ବାହାର ସେଡ୍‌ ଭୁଶୁଡି ପଡିଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ହୋଇଥିଲେ । ଏକାଧିକ କାର କ୍ଷତିଗ୍ରସ୍ତ ହୋଇଥିଲା । ଏହି ଟର୍ମିନାଲରେ ଯାତ୍ରୀ ସେବା ଆଜି ମଧ୍ୟ ବନ୍ଦ ରଖାଯାଇଛି । ଟର୍ମିନାଲ ଓ୍ବାନରୁ ହେବାକୁ ଥିବା ଫ୍ଲାଇଟ ଅପରେସନକୁ ଟର୍ମିନାଲ 2ୟ ଓ 3ୟକୁ ସ୍ଥାନାନ୍ତରିତ କରାଯାଇଛି । ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ବିମାନ ବନ୍ଦର ପ୍ରାଧୀକରଣ ତଦନ୍ତ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ :- ଭୁଶୁଡିଲା ଦିଲ୍ଲୀ ବିମାନବନ୍ଦର ଟର୍ମିନାଲ ଛାତ: କାର୍ ଚୁରମାର୍, ଜଣେ ମୃତ, ବର୍ଷାରେ ଦିଲ୍ଲୀ ହାଲ୍ ବେହାଲ - Delhi Airport roof collapse

ଅନ୍ୟପଟେ ଉତ୍ତର ଭାରତରେ ଜାରି ରହିଥିବା ବର୍ଷାରେ ଏକାଧିକ ସ୍ଥାନରେ ଅଘଟଣ ଘଟିଛି । ଗତକାଲି ରାତିରେ ଗ୍ରେଟର-ନୋଇଡାରେ ଲଗାଣ ବର୍ଷା କାରଣରୁ ଏକ ନିର୍ମାଣାଧୀନ କୋଠା ଭୁଶୁଡି 3 ଜଣ ଶିଶୁ ପ୍ରାଣ ହରାଇଛନ୍ତି । ଅନ୍ୟ 5 ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ମଧ୍ୟ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ବର୍ଷା ଜାରି ରହିଛି । ଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ 228.1 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, 1936 ମସିହା ପରେ ଦିଲ୍ଲୀରେ ଏହା ହେଉଛି ସର୍ବକାଳୀନ ବର୍ଷା ରେକର୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details