ଓଡିଶା

odisha

ETV Bharat / bharat

ଭିଡିଓ ଜାରି କରି କର୍ମୀଙ୍କ ମନୋବଳ ବଢ଼ାଇଲେ କେଜ୍ରିଓ୍ବାଲ, ଲଢ଼େଇ ଜାରି ରଖିବାକୁ ଦେଲେ ଆହ୍ବାନ - KEJRIWAL VIDEO - KEJRIWAL VIDEO

APP Shares Kejriwal Old Video: କେଜ୍ରିଓ୍ବାଲଙ୍କ ପୁରୁଣା ଭିଡିଓ ଏକ୍ସରେ ସେୟାର କଲା ଆମ ଆଦମୀ ପାର୍ଟି । କର୍ମୀଙ୍କ ମନୋବଳ ବଢାଇବାକୁ ଲଢେଇ ଜାରି ରଖି ଆନ୍ତରିକତାର ସହ ଲୋକଙ୍କ ସେବା କରିବାକୁ କେଜ୍ରିଓ୍ବାଲ ଉତ୍ସାହିତ କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Apr 13, 2024, 11:41 AM IST

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ଏବେ ତିହାର ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦଳୀୟ କର୍ମୀଙ୍କ ମନୋବଳ ବଢାଇବାକୁ ଆପ କେଜ୍ରିଓ୍ବାଲଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆ ଏକ୍ସରେ ସେୟାର କରିଛି । ଯେଉଁଥିରେ ପାର୍ଟି କର୍ମୀଙ୍କୁ ଦୃଢ ରହିବା ସହ ଆନ୍ତରିକତାର ସହ ଲୋକଙ୍କ ସେବା କରିବାକୁ କେଜ୍ରିଓ୍ବାଲ ଉତ୍ସାହିତ କରିଛନ୍ତି ।

ଭିଡିଓରେ କେଜ୍ରିଓ୍ବାଲ କହୁଛନ୍ତି, ''ଯଦି ଆମକୁ ମାରିଦିଆଯାଏ ତେବେ ଆମକୁ ଶହୀଦ କୁହାଯିବ । ଯଦି ଜିତିଗଲେ ତେବେ ଆମକୁ ସାହାସୀ କୁହାଯିବ । କିନ୍ତୁ ଯଦି ଆମେ ପଳାୟନ କରିବା ତେବେ ଆମକୁ ଦୁର୍ବଳ କୁହାଯିବ । ଲଢେଇ ଜାରି ରଖ, ଦୃଢ ରୁହ । ସଚ୍ଚୋଟତା ଓ ସମର୍ପଣ ସହିତ ଲୋକଙ୍କ ସେବା କରିବାର ତୁମର ସଂକଳ୍ପରେ ଦୃଢ ଓ ମଜବୁତ ରୁହ । "

ଅବକାରୀ ଘୋଟାଲା ମାମଲାରେ ଗିରଫ ହେବା ପରେ ବର୍ତ୍ତମାନ ତିହାର ଜେଲରେ ରହିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ ରାଉଜ ଆଭେନ୍ୟୁ କୋର୍ଟ ତାଙ୍କୁ 15 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଯାହା ଆସନ୍ତା 15 ତାରିଖରେ ଶେଷ ହେବ । ସେହିଦିନ ତାଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯିବ । ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଏକ୍ସାଇଜ୍ ପଲିସି ମାମଲାରେ କେଜ୍ରିୱାଲଙ୍କ ଗିରଫଦାରୀର ଆଇନଗତତାକୁ ସମର୍ଥନ କରି କହିଥିଲେ ଯେ 6 ମାସରୁ ଅଧିକ ସମୟ ଧରି ଡକାଯାଇଥିବା ବାରମ୍ବାର ପାଳନ ନକରିବା ତାଙ୍କ ଗିରଫଦାରୀରେ ସହାୟକ ହୋଇଛି।

ଏହା ମଧ୍ୟ ପଢନ୍ତୁ-କେଜ୍ରିଓ୍ବାଲଙ୍କୁ ଶକ୍ତ ଝଟକା, EDର ଗିରଫଦାରୀକୁ ବୈଧ ଦର୍ଶାଇ ମାମଲା ଖାରଜ କଲେ ଦିଲ୍ଲୀ ହାଇକୋର୍ଟ - Delhi HC dismisses CM Kejriwal plea

ଇଡିର ଗିରଫଦାରୀ ବିରୋଧରେ କେଜ୍ରିଓ୍ବାଲ କରିଥିବା ଆବେଦନ ଉପରେ ଏପ୍ରିଲ 9 ତାରିଖରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଥିଲା । କୋର୍ଟ କାର୍ଯ୍ୟାନୁଷ୍ଠାନକୁ ଉଚିତ ଦର୍ଶାଇବା ସହ କେଜ୍ରିଓ୍ବାଲଙ୍କ ଆବେଦନକୁ ଖାରଜ କରିଦେଇଥିଲେ । କେଜ୍ରିଓ୍ବାଲଙ୍କ ଗିରଫଦାରୀ ପାଇଁ ଏକାଧିକ ବୈଧ କାରଣ ରହିଛି ବୋଲି କୋର୍ଟ ହୃଦୟଙ୍ଗମ କରିବା ପରେ ମାମଲା ଖାରଜ କରିଦେଇଥିଲେ । ଏହି ରାୟରେ ଅସହମତି ଦର୍ଶାଇ ଆମ ଆଦମୀ ପାର୍ଟି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ସୁପ୍ରିମକୋର୍ଟ ଏହି ଆବେଦନ ତ୍ବରିତ ଶୁଣାଣି ପାଇଁ କୌଣସି ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ଛୁଟି ଦିନ ରହିଥିବାରୁ ଏହାର ଶୁଣାଣି କରିବାରୁ କୋର୍ଟ ମନା କରିଦେଇଥିଲେ । ସୋମବାର ଦିନ ଆବେଦନର ଶୁଣାଣି ହୋଇପାରେ ।

ABOUT THE AUTHOR

...view details