ନୂଆଦିଲ୍ଲୀ:ଆଜି 6 ମାସ ପରେ ଜେଲରୁ ଫେରିବା ପରେ ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ଭ୍ରଷ୍ଟାଚାର ପ୍ରସଙ୍ଗରେ ବିଜେପିକୁ କଡା ଟାର୍ଗେଟ କରିଛନ୍ତି । ସଂଧ୍ୟାରେ ଜେଲରୁ ମୁକ୍ତ ହେବା ପରେ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚି ଲୋକଙ୍କୁ ସମ୍ବୋଧିତ କରିଛନ୍ତି ସଞ୍ଜୟ । ଭ୍ରଷ୍ଟାଚାର ପ୍ରସଙ୍ଗରେ ବିଜେପି କାର୍ଯ୍ୟାନୁଷ୍ଠାନର କଥା କହୁଛି, ମାତ୍ର ତମାମ ଭ୍ରଷ୍ଟାଚାରୀ ନେତାଙ୍କୁ ଦଳରେ ସାମିଲ କରାଯାଉଛି । ଜଣ ଜଣ କରି ଦାଗୀ ନେତାଙ୍କ ନାମ ଗଣାଇ ବିଜେପିକୁ ଟାର୍ଗେଟ କରିଛନ୍ତି ସଞ୍ଜୟ । କହିଛନ୍ତି, ଯିଏ ଯେତେ ବଡ ଭ୍ରଷ୍ଟାଚାରୀ, ସେ ବିଜେପିରେ ସେତେବଡ ପଦାଧିକାରୀ ।
ସଞ୍ଜୟ କହିଛନ୍ତି, ମହାରାଷ୍ଟ୍ରରେ ଆଦର୍ଶ ଘୋଟାଲା ବିରୋଧରେ ବିଜେପି ଲଢୁଥିଲା । ତମାମ ଆନ୍ଦୋଳନ କରୁଥିଲା, ହେଲେ ପରବର୍ତ୍ତୀ ସମୟରେ ସେମାନେ ଅଶୋକ ଚୌହାନଙ୍କୁ ଦଳରେ ସାମିଲ କଲେ । ପଶ୍ଚିମବଙ୍ଗରେ ସାରଦା, ନାରଦା ଘୋଟାଲାରେ ମଧ୍ୟ ପ୍ରତିବାଦ କରୁଥିଲେ । ହେଲେ ଶୁଭେନ୍ଦୁ ଅଧିକାରୀ ଓ ମୁକୁଲ ରାୟଙ୍କ ପରି ନେତାଙ୍କୁ ବିଜେପି ଗ୍ରହଣ କରି ବଡ ଦାୟିତ୍ବରେ ରଖିଛି । ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ପ୍ରସଙ୍ଗ ଉଠାଇ ସଞ୍ଜୟ କହିଛନ୍ତି, ଆସାମରେ ଓ୍ବାଟର ଘୋଟାଲା ମାମଲାରେ ପ୍ରତିବାଦ କରି ବିଜେପି କର୍ମୀ ପୋଲିସ ଠାରୁ ମାଜ ଖାଇଲେ, ହେଲେ ମୋଦି ହିମନ୍ତଙ୍କୁ ଦଳରେ ସାମିଲ କଲେ । ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମଧ୍ୟ କଲା । ଯାହା ଲୋକଙ୍କୁ ଚକିତ କରିଛି ।
ବିଜେପି ଭ୍ରଷ୍ଟାଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ କଥା କହୁଥିବା ବେଳେ ତମାମ ଭ୍ରଷ୍ଟାଚାରୀ ନେତାଙ୍କୁ ଦଳରେ ସାମିଲ କରିବା କାର୍ଯ୍ୟ ଜାରି ରଖିଛି । ଏବେ ଦଳର ନୂଆ ଫଣ୍ଡା ହେଉଛି, ଜଣେ ମାତ୍ର ଭ୍ରଷ୍ଟାଚାରୀ ନେତାଙ୍କୁ ଛଡାଯିବ ନାହିଁ, ସମସ୍ତଙ୍କୁ ଦଳରେ ସାମିଲ କରଯିବ । ଏପରି ସମୟରେ ଭାରତୀୟ ଜନତା ପାର୍ଟିର ନେତାଙ୍କ ପ୍ରତି ଦୟା ଆସୁଛି । ବିଜେପିକୁ ଟାର୍ଗେଟ କରିବା ସହ ସଞ୍ଜୟ କହିଛନ୍ତି, କେଜ୍ରିଓ୍ବାଲ ଇସ୍ତଫା ଦେବେ ନାହିଁ । ସେ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ ।