ETV Bharat / bharat

ଥିଏଟରରେ ଦଳାଚକଟା ମାମଲା: ଅଲ୍ଲୁ ଅର୍ଜୁନଙ୍କୁ ସରିଲା ପଚରାଉଚରା - SANDHYA THEATRE INCIDENT

ଥାନାରେ ହାଜର ହୋଇଥିଲେ ଅଭିନେତା ଅଲ୍ଲୁ ଅର୍ଜୁନ । 'ପୁଷ୍ପା 2' ଚଳଚ୍ଚିତ୍ର ସ୍କ୍ରିନିଂ ହୋଇଥିବା ଦଳାଚକଟା ମାମଲାରେ ତାଙ୍କୁ ପଚରା ଉଚରା କରିଛି ପୋଲିସ ।

Allu Arjun
Allu Arjun (ETV Bharat)
author img

By ETV Bharat Odisha Team

Published : Dec 24, 2024, 11:49 AM IST

Updated : Dec 24, 2024, 5:17 PM IST

ହାଇଦ୍ରାବାଦ: 'ପୁଷ୍ପା 2' ଚଳଚ୍ଚିତ୍ର ସ୍କ୍ରିନିଂ ବେଳେ ସନ୍ଧ୍ୟା ଥିଏଟରରେ ଦଳାଚକଟା ମାମଲା । ସମନ ପରେ ଚିକ୍କାଡପଲ୍ଲୀ ଥାନାରେ ହାଜର ହୋଇଥିଲେ ଅଭିନେତା ଅଲ୍ଲୁ ଅର୍ଜୁନ । ଦଳାଚକଟା ମାମଲା ନେଇ ଅଲ୍ଲୁଙ୍କୁ ପଚରାଉଚରା କରିଛି ପୋଲିସ । ସେପଟେ ଜୁବଲି ହିଲ ସ୍ଥିତ ଅଲ୍ଲୁ ଅର୍ଜୁନଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଗତକାଲି (ସୋମବାର) ତାଙ୍କୁ ସମନ ହୋଇଥିଲା । ଅଲ୍ଲୁ ଅର୍ଜୁନଙ୍କ ଦାଦା ଚନ୍ଦ୍ରଶେଖର ରେଡ୍ଡୀଙ୍କ ସମେତ ନିର୍ମାତା ବନି ବାସୁ ମଧ୍ୟ ପୋଲିସ ଷ୍ଟେସନ ଆସିଥିଲେ । 3 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ତାଙ୍କୁ ପଚରାଉଚରା କରାଯାଇଥିବା ସୂଚନା ମିଳିଛି । ଏନେଇ ବିଜେପି ନେତା ରଘୁନନ୍ଦନ ରାଓ କହିଛନ୍ତି, "ରାଜ୍ୟର ଅନ୍ୟ ମାମଲା ଭଳି ଏହା ଏକ ଛୋଟ ମାମଲା । ଏହି ଦଳାଚକଟାରେ ପୋଲିସ ଓ ଅଭିନେତାଙ୍କର କ'ଣ ଭୂମିକା ରହିଛି। ମୋର ପୋଲିସକୁ ଅନୁରୋଧ ଯେ, ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ନୁହେଁ । କୌଣସି ବ୍ୟକ୍ତି ଉପରେ ପୋଲିସ ଏଭଳି ପ୍ରତିଶୋଧ ନେବା ଉଚିତ ନୁହେଁ, କାରଣ କୋର୍ଟ ପୂର୍ବରୁ ତାଙ୍କୁ 30 ଦିନ ପାଇଁ ଜାମିନ ଦେଇଛନ୍ତି ।"

ସେପଟେ ଗତ ରବିବାର ଜୁବଲି ହିଲ ସ୍ଥିତ ଅଲ୍ଲୁ ଅର୍ଜୁନଙ୍କ ବାସଭବନକୁ କିଛି ବିକ୍ଷୋଭକାରୀ ନାରାବାଜୀ କରିବା ସହ ଅଣ୍ଡା ଓ ଟମାଟୋ ମାଡ କରିଥିଲେ । ଏହା ତାଙ୍କ ବିରୋଧରେ ରାଜନେତାଙ୍କ ଚକ୍ରାନ୍ତ ବୋଲି ସାମ୍ବାଦିନ ସମ୍ମିଳନୀ କରି କହିଥିଲେ ଅଲ୍ଲୁ ଅର୍ଜୁନ ।

ଏହା ମଧ୍ୟ ପଢ଼ନ୍ତୁ...ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବାସଭବନକୁ ଅଣ୍ଡା-ଟମାଟୋ ମାଡ

ଏହା ମଧ୍ୟ ପଢ଼ନ୍ତୁ...ଜେଲରୁ ମୁକୁଳିବା ପରେ ଅଲ୍ଲୁ ଅର୍ଜୁନଙ୍କ ପ୍ରତିକ୍ରିୟା, 'ଯାହା ଘଟିଲା ତାହା ପାଇଁ...'

କ'ଣ ଥିଲା ଘଟଣା:

ସୂଚନା ଅନୁସାରେ, ଗତ 4 ତାରିଖରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ପୁଷ୍ପା-2:ଦ ରୁଲ'ର ପ୍ରିମିୟମ ସୋ' ଦେଖିବାକୁ ଅଲ୍ଲୁ ଅର୍ଜୁନ ଆସିଥିବା ବେଳେ ତାଙ୍କୁ ଦେଖିବା ପାଇଁ ଫ୍ୟାନମାନଙ୍କର ପ୍ରବଳ ଭିଡ଼ ଜମିଥିଲା । ଅଧିକ ଭିଡ଼ ଭିତରେ ଦଳାଚକଟା ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର 8 ବର୍ଷୀୟ ଶିଶୁ ଗୁରୁତର ହୋଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା ହାଇଦ୍ରାବାଦ ପୋଲିସ । ଗୋଟିଏ ଦିନ ଜେଲରେ ରହିବା ପରେ ହାଇକୋର୍ଟରୁ 30 ଦିନର ଜାମିନ ପାଇ ଥାନାରୁ ମୁକୁଳିଥିଲେ । ଗତକାଲି (ସୋମବାର) ଅଲ୍ଲୁ ଅର୍ଜନଙ୍କୁ ସମନ କରିଥିଲା ପୋଲିସ । ଆଜି ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଥାନାରେ ପହଞ୍ଚିଛନ୍ତି ଅଲ୍ଲୁ ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 24, 2024, 5:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.