ଓଡିଶା

odisha

ETV Bharat / bharat

ବିଜେପିରେ ଯୋଗ ନଦେଲେ ED ବାନ୍ଧିବ: ଅତିଶୀ - Atishi Big Allegation On Bjp - ATISHI BIG ALLEGATION ON BJP

Atishi BIG Allegation On BJP: ସାମ୍ବାଦିକ ସମ୍ମିଳନୀ କରି ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଆପ ନେତ୍ରୀ ତଥା ଦିଲ୍ଲୀ ମନ୍ତ୍ରୀ ଅତିଶୀ । କହିଲେ ଏମିତି,

Atishi
Atishi

By ETV Bharat Odisha Team

Published : Apr 2, 2024, 1:48 PM IST

ନୂଆଦିଲ୍ଲୀ: ଦିଲ୍ଲୀ ମନ୍ତ୍ରୀ ଅତିଶୀଙ୍କର ବିସ୍ଫୋରକ ବୟାନ । ' ଆମ ଦଳରେ ଯୋଗଦିଅ, ନଚେତ ଗିରଫ ହେବ' । ବିଜେପି ପକ୍ଷରୁ ଅଫର ଦିଆଯାଇଥିବା ବେଳେ ଦଳରେ ସାମିଲ ନେହେଲେ ଗିରଫ କରିବା ନେଇ ଧମକ ଦେଇଥିବା ଅତିଶୀ ଅଭିଯୋଗ କରିଛନ୍ତି । ଚାରିଜଣ ଆପ ନେତାଙ୍କୁ ଗିରଫ କରାଯିବା ନେଇ କହିଛନ୍ତି ଅତିଶୀ । ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଓ ପ୍ରଧାନମନ୍ତ୍ରୀ ମୋ ସହ ସୌରଭ ଭରଦ୍ବାଜ, ଦୁର୍ଗେଶ ପାଠକ ଏବଂ ରାଘବ ଚଢାକୁ ଗିରଫ କରବା ପାଇଁ ଯୋଜନା ହୋଇଥିବା ନେଇ ସେ ସାଘାଂତିକ ଅଭିଯୋଗ ଆଣିିଛନ୍ତି ।

ଖୁବଶୀଘ୍ର 4 ଆପ୍‌ନେତା ଗିରଫ ! : ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ତାଙ୍କୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଅତିଶୀ । ସେ ଅଭିଯୋଗ କରି ଆହୁରି ମଧ୍ୟ କହିଛନ୍ତି, "ମୋର ଜଣ ସହଯୋଗୀ ହାତରେ ବିଜେପି ଅଫର ଦେଇଥିଲା । ବିଜେପିରେ ସାମିଲ ହୋଇ ରାଜନୈତିକ କ୍ୟାରିୟରକୁ ବଞ୍ଚାଇ ଦିଅନ୍ତୁ, ନଚେତ୍ ଏକ ମାସ ମଧ୍ୟରେ ଇଡି ଗିରଫ କରିବ । ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ମୁଖ୍ୟଙ୍କୁ ଗିରଫ କରିବା ପରେ ଦଳ ଭାଙ୍ଗିଯିବ ବୋଲି ଅନୁଭବ କରିଛି ବିଜେପି । କିନ୍ତୁ ରବିବାର ଦିନ ଦିଲ୍ଲୀର ରାମଲୀଲା ମୈଦାନରେ ପହଞ୍ଚିଥିବା ଭିଡ଼କୁ ନେଇ ବିଜେପି ଆଶ୍ଚର୍ଯ୍ୟ ହୋଇଯାଇଛି । ବିଜେପି ଅନୁଭବ କରୁଛି ଯେ ବର୍ତ୍ତମାନ ଅଧିକ ନେତାଙ୍କୁ ଗିରଫ ନକରି ଦଳ ଭାଙ୍ଗି ପାରିବ ନାହିଁ । ଲୋକସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ଦଳର ଆଉ ଚାରିଜଣ ବରିଷ୍ଠ ନେତାଙ୍କୁ ଇଡି ମାଧ୍ୟମରେ ଗିରଫ କରାଯିବ । ମୋ ସହ ସୌରଭ ଭରଦ୍ବାଦ, ଦୁର୍ଗେଶ ପଠକ ଏବଂ ରାଘବ ଚଢାଙ୍କୁ ଗିରଫ କରାଯିବ । ପ୍ରଥମେ ସମନ ଆସିବ, ତାପରେ ଇଡି ଗିରଫ କରିବ । "

ଏହା ମଧ୍ୟ ପଢନ୍ତୁ: ‘2 ବର୍ଷରୁ ଅଧିକ ସଜ୍ଜା ନହେଲେ ଇସ୍ତଫା ନାହିଁ, ମୁଖ୍ୟମନ୍ତ୍ରୀ ରହିବେ ଅରବିନ୍ଦ କେଜ୍ରିଓ୍ବାଲ’ - ATISHI ON KEJRIWAL

ବିଜେପିକୁ ପାଲଟା ଜବାବ:ସେ ବିଜେପିକୁ ପାଲଟା ଜବାବ ଦେଇ କହିଛନ୍ତି, "ମୁଁ ବିଜେପିକୁ କହିବାକୁ ଚାହୁଁଛି ଯେ ଆମେ ଆପଣଙ୍କ ଧମକକୁ ଭୟ କରୁନାହୁଁ । ଆମେ ଅରବିନ୍ଦ କେଜ୍ରିୱାଲଙ୍କ ସୈନିକ । ଆମେ ଭାଗବତ ସିଂଙ୍କର ଶିଷ୍ୟ । ପ୍ରତ୍ୟେକ ବିଧାୟକ ଏବଂ ମନ୍ତ୍ରୀଙ୍କୁ ଜେଲରେ ରଖିଲେ ମଧ୍ୟ ଆମେ ଭୟ କରିବୁ ନାହିଁ । ଆପଣ ଯେତେ ଲୋକଙ୍କୁ ଜେଲରେ ରଖିବେ, ସେତେ ଅଧିକ ଲୋକ ଆଗକୁ ଆସି ଆପଣଙ୍କୁ (ବିଜେପି) ପରାସ୍ତ କରିବେ ।"

ପ୍ରକାଶଥାଉକି, ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଗିରଫ କରିଛି । ସୋମବାର ଦିନ ଇଡି କୋର୍ଟରେ କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲ ଏକ ବିବୃତ୍ତି ଦେଇ କହିଛନ୍ତି ମଦ ଦୁର୍ନୀତି ମାମଲାରେ ବିଜୟ ନାୟାର କେଜ୍ରିଓ୍ବାଲଙ୍କୁ ନୁହେଁ ବରଂ ସୌରଭ ଭରଦ୍ୱାଜ ଏବଂ ଅତିଶୀଙ୍କୁ ରିପୋର୍ଟ କରୁଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details