ଓଡିଶା

odisha

ଗୋଆରୁ ଲୋକସଭା ନିର୍ବାଚନ ଲଢିବ ଆପ୍‌ ! ସଙ୍କେତ ଦେଲେ କେଜ୍ରିୱାଲ

By ETV Bharat Odisha Team

Published : Jan 19, 2024, 11:07 PM IST

2024 Loksabha election: ଆଗାମୀ ଲୋକସଭା ନିର୍ବାଚନରେ ଗୋଆରୁ ଲଢିପାରେ ଆପ୍‌ । ଏ ନେଇ ସଙ୍କେତ ଦେଲେ ଦଳର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ । ଅଧିକ ପଢନ୍ତୁ

Aam Aadmi Party
Aam Aadmi Party

ନୂଆଦିଲ୍ଲୀ:ଗୋଆରୁ ଲୋକସଭା ନିର୍ବାଚନ ଲଢିବା ନେଇ ଜୋରଦାର ପ୍ରସ୍ତୁତି କରୁଛି ଆମ ଆଦମି ପାର୍ଟି (AAP) । ଏ ନେଇ ଖୋଦ ଦଳର ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସଙ୍କେତ ଦେଇଛନ୍ତି । ସମୁଦ୍ର ଉପକୂଳବର୍ତ୍ତୀ ରାଜ୍ୟ ଗୋଆରେ ଗୋଟିଏ ଲୋକସଭା ଆସନ ଲାଗି ଇଣ୍ଡିଆ ମେଣ୍ଟ ସହିତ କେଜ୍ରିୱାଲ ଆଲୋଚନା କରିଥିବା ନେଇ ସୂଚନା ଦେଇଛନ୍ତି । ଏହାପରେ ଆଗାମୀ ନିର୍ବାଚନରେ ଆପ୍‌ ଗୋଆରେ ନିର୍ବାଚନୀ ମୈଦାନକୁ ଓହ୍ଲାଇବା ନେଇ ଚର୍ଚ୍ଚା ହେଉଛି ।

ଗୋଆରେ 2ଟି ଲୋକସଭା ଆସନ ଉତ୍ତର ଗୋଆ ଓ ଦକ୍ଷିଣ ଗୋଆ ରହିଛି । ଏହି 2ଟି ଆସନ ମଧ୍ୟରୁ ଗୋଟିଏ ଆସନରେ ଆପ୍‌ ଲଢିବା ନେଇ ଯୋଜନା କରୁଛି । ହେଲେ ନିର୍ଦ୍ଦିଷ୍ଟ କୌଣସି ଆସନ ନେଇ ଦଳ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ତେବେ କେଜ୍ରିୱାଲ ଦକ୍ଷିଣ ଗୋଆର ବେନୋଲିମ ବିଧାନସଭା ମଣ୍ଡଳୀରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, " ଆମ ଆଦମି ପାର୍ଟି ଇଣ୍ଡିଆ ମେଣ୍ଟର ସଦସ୍ୟ ଭାବେ ଗୋଆ ଲୋକସଭା ଆସନରୁ ନିର୍ବାଚନ ଲଢିବା ନେଇ ଆଲୋଚନା ଜାରି ରଖିଛି । ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ପରେ ଆପଣଙ୍କ ନିକଟକୁ ପୁଣି ଆସିବି । ଏହାର ନିଷ୍କର୍ସ ଯାହା ବି ହେଉ ନିର୍ବାଚନରେ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀଙ୍କୁ ଭୋୟ ଦିଅନ୍ତୁ।"

ଏହି ଜନସଭାରେ କେଜ୍ରିୱାଲଙ୍କ ବାଦ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ, ରାଜ୍ୟସଭା ସାଂସଦ ସନ୍ଦୀପ ପାଠକ, ଆମ୍ ଆଦମୀ ପାର୍ଟିର ଗୋଆ ଅଧ୍ୟକ୍ଷ ଅମିତ ପାଲେକର, ବିଧାୟକ ବେଞ୍ଜି ବେଗାସ ଉପସ୍ଥିତ ଥିଲେ । କେଜ୍ରିୱାଲ ଆହୁରି କହିଛନ୍ତି, " ଆମ ଆଦମି ପାର୍ଟି ସର୍ବଦା 'କାମ କି ରାଜନୀତି' କରିଥାଏ । ଅତୀତରେ କୌଣସି ଦଳ କାମ ଉପରେ ଧ୍ୟାନ ଦେଇନଥାନ୍ତି, ସମସ୍ତେ ଟଙ୍କା ଠୁଳ କରିବା ଲକ୍ଷ୍ୟରେ ରହିଥାନ୍ତି । ଦିଲ୍ଲୀ ସରକାର ସଫଳତାପୂର୍ବକ 550 ମହଲା କ୍ଲିନିକ ପରିଚାଳିତ କରୁଛି । ଏହି କ୍ଲିନିକରେ ସମସ୍ତ ପ୍ରକାର ସ୍ବାସ୍ଥ୍ୟ ସୁବିଧା ମିଳିଥାଏ ।"

ଏହାସହିତ କେଜ୍ରିୱାଲ ଶାସକ ଦଳ ବିଜେପିକୁ ଟାର୍ଗେଟ କରି କହିଛନ୍ତି, " ଏଠାକାର ଶାସକ ଦଳ ବିକାଶ ଉପରେ ଗୁରୁତ୍ବ ଦେଉନାହିଁ । ଆସନ୍ତା ନିର୍ବାଚନରେ ରାଜ୍ୟରେ ଆପ ସରକାର ଆସିଲେ ବିକାଶ ହେବ । କୌଣସି ବି ସରକାର ପର୍ଯ୍ୟାପ୍ତ ଆର୍ଥିକ ସମ୍ବଳର ବାହାନା କରିପାରିବେ ନାହିଁ । ଯଦି ଏପରି କୌଣସି ସରକାର କରୁଛନ୍ତି, ତେବେ ସେ ନିଶ୍ଚିତ ଅର୍ଥ ହେରଫେର କରୁଛନ୍ତି । " ସୂଚନା ଥାଉ କି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗତ ଗୁରୁବାରଠାରୁ 3 ଦିନିଆ ଗୋଆ ଗସ୍ତରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details