ଓଡିଶା

odisha

ETV Bharat / bharat

ସୁରଟରେ ଭାଙ୍ଗିଲା 6 ମହଲା କୋଠା, ନିର୍ମାଣକୁ ହୋଇଛି ମାତ୍ର 5ବର୍ଷ - Surat 6 storey Building Collapsed - SURAT 6 STOREY BUILDING COLLAPSED

Surat 6 storey Building Collapsed: ଗୁଜୁରାଟ ସୁରଟରେ ଭାଙ୍ଗିଲା 6 ମହଲା କୋଠା । ନିର୍ମାଣକୁ ମାତ୍ର 5 ବର୍ଷ ହୋଇଥିବା ବେଳେ କୋଠା ଭୁଶୁଡ଼ିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା । ଅଧିକ ପଢନ୍ତୁ

Surat 6 storey Building Collapsed
Surat 6 storey Building Collapsed (ETV Bharat)

By ETV Bharat Odisha Team

Published : Jul 6, 2024, 8:13 PM IST

ଗାନ୍ଧୀନଗର:ଗୁଜୁରାଟ ସୁରଟରେ ବଡ଼ ଧରଣର ଅଘଟଣ । ଆଖି ପିଛୁଳାକେ ଭୁଶୁଡ଼ି ପଡ଼ିଲା 6 ମହଲା କୋଠା । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି କୋଠା ନିର୍ମାଣକୁ ମାତ୍ର 5ବର୍ଷ ହୋଇଥିବା ବେଳେ ହଠାତ ଆଜି (ଶନିବାର) ଅପରାହ୍ନ 3ଟା ସମୟରେ ଭାଙ୍ଗି ପଡ଼ିଥିଲା କୋଠା । ଏହି ବିଲ୍ଡିଂରେ ପ୍ରାୟ 30ରୁ ଅଧିକ ଫ୍ଲାଟ ଥିବା ବେଳେ ଅଘଟଣ ସମୟରେ କିଛି ଲୋକ ବିଲ୍ଡିଂରେ ଥିବା କୁହାଯାଉଛି । ପ୍ରାୟ 15ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନେକ ଭଗ୍ନାବଶେଷ ତଳେ ଚାପି ରହିଥିବା ଆଶଙ୍କା କରାଯାଇଛି । ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Surat 6 storey Building Collapsed (ETV Bharat)

ଆହତମାନଙ୍କୁ ନିକଟସ୍ଥ ଘରୋଇ ହସ୍ପିଟାଲ ଓ ସୁରଟ ନ୍ୟୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କୋଠାଟି ହଠାତ କିପରି ଏପରି ଭାଙ୍ଗିଗଲା ତାର କାରଣ ଜଣାପଡ଼ିନଥିବା ବେଳେ ନିମ୍ନମାନର କାମ ନେଇ ଚର୍ଚ୍ଚା ହେଉଛି । ଏହି ଘଟଣା ଜଣାପଡ଼ିବା ପରେ ସୁରଟ ଜିଲ୍ଲାପାଳ ଓ ମହାନଗର ନିଗମ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି । ଏ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ବିଲ୍ଡିଂରେ ରହୁଥିଲେ ଅନେକ ଲୋକ:-

ସୁରଟ ପାଲିଗ୍ରାମ ଅଞ୍ଚଳରେ ରହିଥିଲା ଏହି 6 ମହଲା କୋଠା । ଜଣେ ବିଲ୍ଡର ଦ୍ବାରା ଗତ 5ବର୍ଷ ପୂର୍ବେ ଏହି ବିଲ୍ଡି୍ଂଟି ନିର୍ମାଣ କରାଯାଇଥିଲା । ଏହି ବିଲ୍ଡିଂରେ 30ରୁ ଅଧିକ ଫ୍ଲାଟ ଥିବା ବେଳେ ପ୍ରାୟତଃ ଚାକିରିଆ ଶ୍ରେଣୀର ଲୋକେ ଏଠାରେ ରହୁଥିଲେ । ଏହି ବିଲ୍ଡିଂରେ ସମସ୍ତେ ଭଡ଼ାଟିଆ ଥିଲେ । ଏହି 30 ଫ୍ଲାଟରୁ 4ରୁ 5ଟି ଫ୍ଲାଟରେ ଲୋକ ରହୁଥିଲେ । ବାକି ସବୁ ଖାଲି ଥିଲା । ଅଘଟଣ ଘଟିବା ସମୟରେ କିଛି ଲୋକ ଅଫିସ ଯାଇଥିବା ବେଳେ ନାଇଟ ସିଫ୍ଟ କରୁଥିବା କିଛି କର୍ମଚାରୀ ନିଜ ରୁମରେ ଥିଲେ । ସେମାନେ ଅଘଟଣରେ ଆହତ ହୋଇଛନ୍ତି ।

କାହିଁକି ଭାଙ୍ଗିଲା କୋଠା ?

Surat 6 storey Building Collapsed (ETV Bharat)

ଅଘଟଣ ଘଟିବା ପରେ ସୁରଟ ଜିଲ୍ଲାପାଳ ଓ ମୁନିସପାଲ କମିଶନର ଡଃ ସୌରଭ ପାଢୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ଏଯାବତ ବିଲ୍ଡିଂ ମାଲିକଙ୍କ ଦେଖା ମିଳିନାହିଁ । ନିମ୍ନମାନର ନିର୍ମାଣ କାର୍ଯ୍ୟ ନେଇ ମଧ୍ୟ ଆଶଙ୍କା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details