ଓଡିଶା

odisha

By ETV Bharat Odisha Team

Published : Feb 16, 2024, 1:14 PM IST

ETV Bharat / bharat

ଏୟାରପୋର୍ଟରେ ମିଳିଲାନି ହ୍ବିଲ ଚେୟାର, ଚାଲି ଚାଲି ଯିବା ବେଳେ ଟଳିପଡ଼ିଲେ ୮୦ ବର୍ଷୀୟ ବୃଦ୍ଧ

Senior citizen died in Mumbai Airport: ମୁମ୍ବାଇ ଏୟାରପୋର୍ଟରେ ଯାତ୍ରୀଙ୍କୁ ମିଳିଲାନି ହ୍ବିଲ ଚେୟାର । ଚାଲି ଚାଲି ଯିବା ବେଳେ ଟଳିପଡ଼ିଲେ ୮୦ ବର୍ଷୀୟ ବୃଦ୍ଧ । ଅଧିକ ପଢନ୍ତୁ,

Mumbai Airport
Mumbai Airport

ମୁମ୍ବାଇ:ବୁକ୍ କରିବା ସତ୍ତ୍ବେଏୟାରପୋର୍ଟରେ ମିଳିଲାନି ହ୍ବିଲ ଚେୟାର । ଗୋଟିଏ ହ୍ବିଲ ଚେୟାର ମିଳିବାରୁ ପତ୍ନୀଙ୍କୁ ବସାଇ ନିଜେ ଚାଲିଲେ ବୃଦ୍ଧ । ପ୍ରାୟ ଦେଢ କିଲୋମିଟର ଚାଲିବା ଯୋଗୁଁ ହୃଦଘାତରେ ଚାଲିଗଲା ୮୦ ବର୍ଷୀୟ ବୃଦ୍ଧଙ୍କ ଜୀବନ । ଏଭଳି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମୁମ୍ବାଇ ଏୟାରପୋର୍ଟରୁ । ଏୟାର ଇଣ୍ଡିଆ ବିମାନରେ(AI-116) ନ୍ୟୁୟର୍କରୁ ଆସୁଥିଲେ ଯାତ୍ରୀ । ରବିବାର ନ୍ୟୁୟର୍କରୁ ଉଡାଣ ଭରିଥିବା ଏହି ବିମାନ ସୋମବାର ସକାଳ ୧୧ଟା ୩୦ରେ ପହଞ୍ଚିବା ନେଇ ସମୟ ଧାର୍ଯ୍ୟ ରହିଥିଲା । କିନ୍ତୁ ଏହା ବିଳମ୍ବରେ ଅପରାହ୍ନ ୨ଟା ୧୦ରେ ଅବତରଣ କରିଥିଲା ।

ହୃଦଘାତ ଯୋଗୁଁ ଚାଲିଗଲା ଯାତ୍ରୀଙ୍କ ଜୀବନ: ହ୍ବିଲ ଚେୟାର ଯାତ୍ରୀ ଭାବେ ବୃଦ୍ଧ ଜଣକ ତାଙ୍କ ସ୍ତ୍ରୀଙ୍କ ସହିତ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିଥିଲେ । କିନ୍ତୁ ବିମାନରେ ହ୍ବିଲ ଚେୟାର ଅଭାବ ଯୋଗୁଁ କେବଳ ଗୋଟିଏ ହ୍ବିଲ ଚେୟାର ଏବଂ ଆସିଷ୍ଟାଣ୍ଟ ମିଳିଥିଲା । ଫଳରେ ପତ୍ନୀଙ୍କୁ ହ୍ବିଲ ଚେୟାରରେ ବସାଇ ଚାଲି ଚାଲି ଆସିଥିଲେ ବୃଦ୍ଧ । ଏମିଗ୍ରେସନ ଏରିଆ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପ୍ରାୟ ଦେଢ କିଲୋମିଟର ପଦଯାତ୍ରା କରିଥିଲେ । ତେବେ ହଠାତ ହୃଦଘାତ ଆସିବା ଯୋଗୁଁ ଟଳିପଡିଥିଲେ ବୃଦ୍ଧ । ତେବେ ବୃଦ୍ଧଙ୍କୁ ଉଦ୍ଧାର କରି ମୁମ୍ବାଇ ଏୟାରପୋର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ନାନାବତୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ମୃତକ ଜଣକ ଭାରତୀୟ ହୋଇଥିବା ବେଳେ ଆମେରିକା ପାସପୋର୍ଟଧାରୀ ରହିଥିଲେ । ରବିବାର ଦିନ ନ୍ୟୁୟର୍କରୁ ବାହିରିଥିଲା ବିମାନ । ସୋମବାର ଦିନ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: 'ଓ୍ବାନ ମିଲିୟନ ଡଲାର ଦିଅ ନଚେତ ବ୍ଲାଷ୍ଟ', ମୁମ୍ବାଇ ଏୟାରପୋର୍ଟକୁ ଧମକପୂର୍ଣ୍ଣ ଇମେଲ

ଏନେଇ ଏୟାରଇଣ୍ଡିଆ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି, "୧୨ ଫେବୃଆରୀରେ ଆମର ଜଣେ ଯାତ୍ରୀ ନ୍ୟୁୟର୍କରୁ ମୁମ୍ବାଇ ଆସୁଥିଲେ । ତାଙ୍କ ପତ୍ନୀଙ୍କ ସହିତ ସେ ଆସିଥିଲେ । ତେବେ ଇମିଗ୍ରେସନ ଗ୍ରାଉଣ୍ଡ ଯିବା ସମୟରେ ସେ ତଳେ ପଡିଯାଇଥିଲେ । ହ୍ବିଲ ଚେୟାରର ଚାହିଦା ଅଧିକ ରହିଥିବାରୁ ଆମେ ହ୍ବିଲ ଚେୟାର ଆସିବା ପର୍ଯ୍ୟନ୍ତ ଯାତ୍ରୀଙ୍କୁ ଅପେକ୍ଷା କରିବାକୁ କହିଥିଲୁ । କିନ୍ତୁ ସେ ପତ୍ନୀଙ୍କ ସହିତ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ହଠାତ ସେ ତଳେ ପଡିଯିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details