ରାୟପୁର:ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ଓ ପୀଡିତା ସମେତ ତାଙ୍କ ବାପା ଓ ସାନ ଭଉଣୀଙ୍କୁ ମିଶାଇ ଟ୍ରିପଲ ମର୍ଡର ମାମଲାରେ ୫ ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଲେ ଫାଷ୍ଟ ଟ୍ରାକ କୋର୍ଟ । ଅନ୍ୟ ଜଣେ ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଛତିଶଗଡର କୋର୍ବା ଜିଲ୍ଲାରେ ୨୦୨୧ ମସିହାରେ ଏହି ବର୍ରବ କାଣ୍ଡ ଘଟିଥିଲା । ଜଣେ ଆଦିବାସୀ ସମ୍ପ୍ରଦାୟର ନାବାଳିକାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯିବା ସହ ତାଙ୍କ ବାପା ଏବଂ ସାନ ଭଉଣୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ଗତକାଲି (ସୋମବାର) ମାମଲା ରାୟ ଶୁଣାଇ 5 ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ଥାନୀୟ କୋର୍ଟ ।
- ୫ ଜଣଙ୍କୁ ଫାଶୀ, ଜଣଙ୍କୁ ଆଜୀବନ :
ଦୋଷୀମାନେ ୨୦୨୧ ମସିହାରେ ପାହାଡି କୋରୱା ଆଦିବାସୀ ସମ୍ପ୍ରଦାୟର ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା କରିଥିଲେ । ଅଭିଯୁକ୍ତମାନେ ନାବାଳିକା ସହ ତାଙ୍କ ବାପା ଓ ସାନ ଭଉଣୀଙ୍କୁ ମଧ୍ୟ ହତ୍ୟା କରିଥିଲେ । ପରେ ଘଟଣାରେ 5 ଜଣଙ୍କୁ ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଥିଲା । ଗତକାଲି (ସୋମବାର) ସନ୍ଧ୍ୟାରେ ସ୍ଥାନୀୟ ଫାଷ୍ଟ-ଟ୍ରାକ୍ କୋର୍ଟ ଏହି ମାମଲାକୁ ବିରଳରୁ ବିରଳତମ ବୋଲି ଦର୍ଶାଇବା ସହ 5 ଦୋଷୀଙ୍କ ମଧ୍ୟରୁ 4 ଜଣଙ୍କୁ ମୃତ୍ୟୁଦଣ୍ଡ ଓ ଅନ୍ୟଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
- ଦୋଷୀମାନେ ହେଲେ...
ତେବେ ମୃତ୍ୟୁଦଣ୍ଡ ପାଇଥିବା ଦୋଷୀମାନେ ହେଉଛନ୍ତି ଛତିଶଗଡ଼ କୋରବା ଲେମରୁ ଅଞ୍ଚଳର ବାସିନ୍ଦା ସନ୍ତରାମ ମାଞ୍ଜୱାର (୪୫ ବର୍ଷ, ଅପରାଧ ସମୟରେ ), ଅନିଲ କୁମାର ସାରଥି (୨୦), ପରଦେଶୀ ଦାସ (୩୫), ଆନନ୍ଦ ଦାସ (୨୬) ଏବଂ ଅବଦୁଲ ଜବାର ଓରଫ ଭିକି ମେମନ (୨୯) । ସେହିପରି ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଦୋଷୀ ହେଉଛି ଉମାଶଙ୍କର ଯାଦବ (୨୨) ।
ଏନେଇ ରାୟ ଶୁଣାଇବା ସମୟରେ ବିଚାରପତି ମମତା ଭୋଜୱାନୀକହିଛନ୍ତି, "ଏହା ଏକ ଅମାନବୀୟ ଏବଂ ନିଷ୍ଠୁର କାର୍ଯ୍ୟ । କାମନା ପୂରଣ ପାଇଁ ନିର୍ଦ୍ଦୋଷ ଏବଂ ଦୁର୍ବଳ ଲୋକଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାକୁ ନେଇ ସାରା ସମାଜ ସ୍ତବ୍ଦ ହୋଇଯାଇଛି । ଏଥିପାଇଁ ଆଜୀବନ କାରାଦଣ୍ଡ ପରିବର୍ତ୍ତେ ମୃତ୍ୟୁଦଣ୍ଡ ବ୍ୟତୀତ କୋର୍ଟଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ।"
- ଏମିତି ଥିଲା ଘଟଣା:
ସ୍ବତନ୍ତ୍ର ସରକାରୀ ଓକିଲ ସୁନିଲ କୁମାର ମିଶ୍ରଙ୍କ କହିବା ଅନୁସାରେ, ପୀଡ଼ିତା ଜଣଙ୍କ ପାହାଡି କୋରୱା ଆଦିବାସୀ ସମ୍ପ୍ରଦାୟର ଜଣେ ୧୬ ବର୍ଷୀୟା ନାବାଳିକା । ନାବାଳିକାଙ୍କ ପରିବାର ଲେମରୁ ଅଞ୍ଚଳ ସତରଙ୍ଗ ଗାଁର ସନ୍ତରାମ ମାଞ୍ଜୱାର ନାମକ ଜଣେ ବ୍ୟକ୍ତିଙ୍କ ଘରେ ଗାଈ ଚରାଇବା କାମ କରୁଥିଲେ । ଏହି ବାବଦକୁ ନାବାଳିକାଙ୍କ ପରିବାରକୁ ମାସକୁ ୮ ହଜାର ଟଙ୍କା ଓ ୧୦ କେଜି ଚାଉଳ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା ସନ୍ତରାମ । କିନ୍ତୁ ମାସ ଶେଷକୁ ସନ୍ତରାମ ସେମାନଙ୍କୁ ୬୦୦ ଟଙ୍କା ଓ ୧୦ କିଗ୍ରା ଚାଉଳ ଦେଇଥିଲା । ଯାହାକୁ ନେଇ ନାବାଳିକାଙ୍କ ପରିବାର ୨୯ ଜାନୁଆରୀ ୨୦୨୧ରେ ସନ୍ତରାମଙ୍କ ଗାଈ ଚରାଇବା କାମ ଛାଡି ଦେଇଥିଲେ । ପରେ ସେମାନେ ସନ୍ତରାମଙ୍କ ଘର ଛାଡ଼ି ନିଜ ଘରକୁ ଯିବା ପାଇଁ ସତରଙ୍ଗ ବସଷ୍ଟାଣ୍ଡରେ ଛିଡ଼ା ହୋଇଥିଲେ । ଏତିକି ବେଳେ ସେଠାରେ ସନ୍ତରାମ ତାଙ୍କ ସାଙ୍ଗମାନଙ୍କ ସହ ପହଞ୍ଚି ନାବାଳିକା ସହ ତାଙ୍କ ବାପା ଓ ୪ ବର୍ଷୀୟା ସାନ ଭଉଣୀଙ୍କୁ ନେଇ ଘରେ ଛାଡ଼ିଦେବା ପାଇଁ କହିଥିଲା ।
- ଜଙ୍ଗଲ ମଝିରେ ଗଣଦୁଷ୍କର୍ମ: