ଭୁବନେଶ୍ବର: ୭୮ତମ ସ୍ବାଧୀନତା ଦିବସ ଅବସରରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା ହେଲା ପୋଲିସ ମେଡାଲ । ସାହସିକତା ଓ ସେବା ପାଇଁ ପୋଲିସ, ଫାୟାର ବିଗ୍ରେଡ, ହୋମଗାର୍ଡ ଓ ସିଭିଲ ଡିଫେନ୍ସ ବିଭାଗର ମୋଟ ୧୦୩୭ କର୍ମଚାରୀଙ୍କୁ ପୋଲିସ ମେଡାଲ ପ୍ରଦାନ କରାଯିବ । ସେଥିମଧ୍ୟରେ ଓଡ଼ିଶାରୁ ଅଛନ୍ତି ୧୫ ଜଣ । ଉତ୍କୃଷ୍ଟ ଓ ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟର ୧୩ ଜଣ ପୋଲିସଙ୍କୁ ପୋଲିସ ମେଡାଲ ଓ ଆଉ ଦୁଇ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯିବ । ଏଡିଜି ସୁରେଶ ଦତ୍ତ ସିଂହ ଓ ଡିଏସପି ସଚ୍ଚିଦାନନ୍ଦ ରଥଙ୍କୁ ମେଡାଲ ପାଇଁ ଚୟନ କରାଯାଇଛି ।
ମୋଟ ୧୦୩୭ ମେଡାଲ ଘୋଷଣା:
ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଅବସରରରେ ସେବା ଓ ସାହାସିକତା ପାଇଁ ୧୦୩୭ ଜଣଙ୍କୁ ପୋଲିସ ପଦକ ପ୍ରଦାନ କରାଯିବ । ସେହିପରି କେବଳ ଜଣଙ୍କୁ ରାଷ୍ଟ୍ରପତି ସାହସିକତା ପଦକ (PMG) ପାଇଁ ଚୟନ କରାଯାଇଛି । ତେଲାଙ୍ଗାନାର ଜଣେ ପୋଲିସ କର୍ମଚାରୀଙ୍କୁ ଏହି ପଦକ (PMG) ଦିଆଯିବ । ୨୧୩ ଜଣଙ୍କୁ ସାହାସିକତା ପଦକ (GM), ୯୪ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ (PSM), ୭୨୯ ଜଣଙ୍କୁ ସମ୍ମାନଜନକ ସେବା ଲାଗି ପଦକ ପ୍ରଦାନ ପାଇଁ ମନୋନୀତି କରାଯାଇଛି ।
୧୦୩୭ ଜଣଙ୍କୁ ମିଳିବ ପୋଲିସ ମେଡାଲ (@PIBHomeAffairs) କିଏ ପାଇବେ ରାଷ୍ଟ୍ରପତି ସାହାସିକତା ପଦକ ?
ଜନଜୀବନ ଓ ସମ୍ପତ୍ତି ରକ୍ଷା, ଅପରାଧ ରୋକିବା, ଅପରାଧୀଙ୍କୁ ଗିରଫ କରିବା ଇତ୍ୟାଦି ସାହାସିକତା କାର୍ଯ୍ୟ ପାଇଁ ରାଷ୍ଟ୍ରପତି ସାହାସିକତା ପଦକ (PMG) ଓ ସାହାସିକତା ପଦକ (MG) ଦିଆଯାଇଥାଏ । ଗୃହ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ତେଲାଙ୍ଗାନା ପୋଲିସର ହେଡ୍ କନେଷ୍ଟବଳ ଚାଡୁଭୁ ୟାଦାଇହଙ୍କୁ ରାଷ୍ଟ୍ରପତି ସାହାସିକତା ପଦକ ପ୍ରଦାନ କରାଯିବ । ୨୦୨୨ ଜୁଲାଇ ୨୫ରେ ଘଟିଥିବା ଏକ ଡକାୟତିରେ ସେ ନିଜର ଅଦ୍ଭୁତପୂର୍ବ ସାହାସ ଦେଖାଇଥିଲେ ।
ଏହା ମଧ୍ୟ ପଢନ୍ତୁ: କର୍ତ୍ତବ୍ୟ ପଥକୁ ଡାକିନେଲା କର୍ମନିଷ୍ଠା: ଏଥର ସ୍ବାଧୀନତା ଦିବସରେ ଅତିଥି ହେବେ ଓଡ଼ିଶାର ଆଶା ଦିଦି ସୁକାନ୍ତି ଜେନା - Asha Worker Sukanti Jena
୨୦୨୨ ଜୁଲାଇ ୨୬ରେ ସାଇବରାପଦା ପୋଲିସ ଚେନ୍ ଛିନ୍ତାଇ ଓ ଅସ୍ତ୍ରଶସ୍ତ୍ର ଚୋରା କାରବାରା ମାମଲାରେ ଇଶାନ ନିରଞ୍ଜନ ନୀଲମନାଲି ଓ ରାହୁଲ ନାମକ ଦୁଇ ଜଣଙ୍କୁ ଗିରଫ କରିଥିଲା । ଏହି ଗିରଫଦାରୀ ସମୟରେ ଅପରାଧୀମାନେ ହେଡ୍ କନେଷ୍ଟବଳ ଚାଡୁଭୁଙ୍କୁ ଏକ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିଲେ । ଦୁହେଁ ତାଙ୍କ ଛାତିରେ ବାରମ୍ବାର ଛୁରୀ ଭୁସିଥିଲେ । ଆକ୍ରମଣରେ ତାଙ୍କର ଛାତି, ପିଠି, ହାତ ଓ ପେଟରେ ଗଭୀର ଆଘାତ ଲାଗିଥିଲା । ଏହାସତ୍ତ୍ବେ ବି କନେଷ୍ଟବଳ ଜଣକ ଦୁଇ ଅପରାଧୀଙ୍କୁ ଅଟକାଇବାରେ ସକ୍ଷମ ହୋଇଥିଲେ । ଏହାପରେ ଚାଡୁଭୁଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୧୭ ଦିନ ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।
୧୦୩୭ ଜଣଙ୍କୁ ମିଳିବ ପୋଲିସ ମେଡାଲ (@PIBHomeAffairs) ଓଡ଼ିଶାରୁ ୧୫ ଜଣଙ୍କୁ ପୋଲିସ ପଦକ:
- ଓଡ଼ିଶାରୁ ଡେପୁଟି କମାଣ୍ଡାଣ୍ଟ କୌଶିକ କୁମାର ନାଏକ, ଡିଏସପି ସନତ କୁମାର ନାଥଶର୍ମା, ଡିଏସପି କବିତା ସାହୁ, ଇନ୍ସପେକ୍ଟର ହରିବନ୍ଧୁ ଭତ୍ରା, ସବଇନ୍ସପେକ୍ଟର ପ୍ରଦ୍ୟୁମ୍ନ କୁମାର ନନ୍ଦ, ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ବବୁଲ ସାମଲ, କନେଷ୍ଟବଳ ସଞ୍ଜୁକ୍ତା ପଟ୍ଟନାୟକ, କନେଷ୍ଟବଳ ପ୍ରମୋଦ କୁମାର ମହାନ୍ତ, ହାବିଲଦାର ତୋଫାନ ବେହେରା, ହାବିଲଦାର ପ୍ରାଣକୃଷ୍ଣ ଲେଙ୍କା ଓ ସୁରେଶ ଚନ୍ଦ୍ର ରାଉତଙ୍କୁ ମେରିଟାରିଅସ ସର୍ଭିସ ମେଡାଲ (MSM) ମିଳିବ ।
- ଏଡିଜି ସୁରେଶ ଦତ୍ତ ସିଂହ ଓ ଡିଏସପି ସଚ୍ଚିଦାନନ୍ଦ ରଥଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ଦିଆଯିବ ।
- ଏଡିଜି ସୁରେଶ ଦତ୍ତ ସିଂହ ଓ ଡିଏସପି ସଚ୍ଚିଦାନନ୍ଦ ରଥଙ୍କୁ ସମ୍ମାନଜନକ ସେବା (PSM) ପଦକ ମିଳିବ ।