ଓଡିଶା

odisha

ETV Bharat / bharat

ଛତିଶଗଡ଼ରେ ବଡ଼ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ନକ୍ସଲ ନିପାତ - SUKMA NAXLITE ENCOUNTER

ଛତିଶଗଡ଼ ବସ୍ତର ରେଞ୍ଜ ସୁକମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ନକ୍ସଲ ବିରୋଧୀ ଅପରେସନ । ରାଇଫଲ ଏବଂ ଅନ୍ୟ ମାରଣାସ୍ତ୍ର ଜବତ ।

ଛତିଶଗଡରେ ବଡଧରଣର ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ 10 ନକ୍ସଲ
ଛତିଶଗଡରେ ବଡଧରଣର ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ 10 ନକ୍ସଲ (ETV Bharat Odisha)

By ETV Bharat Odisha Team

Published : Nov 22, 2024, 1:15 PM IST

ରାୟପୁର: ଛତିଶଗଡ଼ ବସ୍ତର ଡିଭିଜନ ସୁକମା ଜିଲ୍ଲାରେ ନକ୍ସଲ ବିରୋଧୀ ଅପରେସନ ସୁରକ୍ଷାବଳକୁ ବଡ ସଫଳତା ମିଳିଛି । ଏକା ଥରକେ ନିପାତ ହୋଇଛନ୍ତି 10 ନକ୍ସଲ । ଗତକାଲି (ଗୁରୁବାର)ଠାରୁ ଜାରି ରହିଥିବା ଅପରେସନରେ ଆଜି ସଫଳତା ମିଳିଛି । 10 ନକ୍ସଲଙ୍କ ମୃତଦେହ ସମେତ ରାଇଫଲ ଓ ଅନ୍ୟ ମାରଣାସ୍ତ୍ର ଜବତ ଏବେ ମଧ୍ୟ ଅପରେସନ ଜାରି ରହିଥିବା ସ୍ଥାନୀୟ ଏସ.ପି କିରଣ ଚୌହାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

  • 10 ନକ୍ସଲ ନିପାତ: ସୁକମା ଏସପି

ଏସପି କିରଣ ଚୌହାନଙ୍କ ସୂଚନା ଅନୁସାରେ,‘‘ବସ୍ତର ଡିଭିଜନ ସୁକମା ଜଙ୍ଗଲରେ ନକ୍ସଲ ଗତିବିଧି ନେଇ ସୂଚନା ମିଳିବା ପରେ ‘ଡିଆରଜି’ ଯବାନଙ୍କ ଏକ ୟୁନିଟ୍‌ ଅପରେସନ ଆରମ୍ଭ କରିଥିଲା । କୋଣ୍ଟା ଓ କିସ୍ତାରାମ ଜଙ୍ଗଲରେ ଏହି ଅପରେସନ ବେଳେ ନକ୍ସଲଙ୍କ ସହ ମୁହାଁମୁହିଁ ହେବା ପରେ ଉଭୟ ପଟୁ ଗୁଳି ବିନିମୟ ହୋଇଥିଲା । ଏଥିରେ 10 ଜଣ ନକ୍ସଲ ନିପାତ ହୋଇଛନ୍ତି । ଜଙ୍ଗଲରୁ 10 ମୃତଦେହ ଉଦ୍ଧାର କରାଯାଇଛି । ଅତ୍ୟାଧୁନିକ ରାଇଫଲ ସମେତ ଅନ୍ୟ ମାରଣାସ୍ତ୍ର ଓ ମାଓସାମଗ୍ରୀ ମଧ୍ୟ ସୁରକ୍ଷାବଳ ଜବତ କରିଛି ।’’

ଏହା ମଧ୍ୟ ପଢନ୍ତୁ-ଛତିଶଗଡ ଏନକାଉଣ୍ଟର ପରେ ଓଡିଶା ମୁହାଁ ହେବେ କି ନକ୍ସଲ ! ମୁଖ୍ୟସ୍ରୋତକୁ ଫେରି ଆସିବାକୁ ରାଜ୍ୟ ସରକାରଙ୍କ ଚରମବାଣୀ - anti naxal exercise

ଏହା ମଧ୍ୟ ପଢନ୍ତୁ-ଛତିଶଗଡ ମାଓ ଅପରେସନ, ୩୧ ନକ୍ସଲ ନିପାତ , ସର୍ଚ୍ଚ ଅପରେସନ ଜୋରଦାର - Naxal Killed

  • ସୁରକ୍ଷାବଳକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ:-

ସୁରକ୍ଷାବଳର ସଫଳତାରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଟ୍ବିଟ୍‌ କରି ଧନ୍ୟବାଦ ଦେଇଛନ୍ତି । ଏହା ନକ୍ସଲ ବିରୋଧୀ ଅପରେସନରେ ବଡ ସଫଳତା ବୋଲି ସାଏ କହିଛନ୍ତି । ତାଙ୍କ ସରକାର ନକ୍ସଲବାଦ ପ୍ରତି ଶୂନ୍ୟ ସହିଷ୍ଣୁତା ଆଧାରରେ କାର୍ଯ୍ୟ କରୁଛି । ଆଗକୁ ମଧ୍ୟ ଏହା ଜାରି ରହିବ । ବସ୍ତର ଜୋନର ଶାନ୍ତି, ସ୍ଥିରତା ଓ ପ୍ରଗତିକୁ ନିଶ୍ଚିତ କରିବା ତାଙ୍କ ସରକାରର ପ୍ରାଥମିକତା ।

ଏହା ମଧ୍ୟ ପଢନ୍ତୁ:- ମାଲକାନଗିରି ଏନକାଉଣ୍ଟର, ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିହତ

ଏହା ମଧ୍ୟ ପଢନ୍ତୁ :- ଓଡିଶା ମୁହାଁ ହେବେ କି ଛତିଶଗଡ ମାଓବାଦୀ ! ନୂଆପଡାରେ ମାଓ କ୍ୟାମ୍ପ ଠାବ ପରେ 60 ପ୍ରତିଶତ ସୀମାରେ କେନ୍ଦ୍ରୀୟ ଫୋର୍ସ ମୁତୟନ

  • ମାଲକାନଗିରିରେ ହୋଇଥିଲା ଏନକାଉଣ୍ଟର

ଗତକାଲି (ଗୁରୁବାର) ମାଲକାନଗିରି ମୀମାନ୍ତରେ ମଧ୍ୟ ଓଡିଶା ପୋଲିସ ଓ ବିଏସଏଫ ମିଳିତ ଭାବେ ଅପରେସନ କରିଥିଲେ । ଏଥିରେ ଜଣେ ନକ୍ସଲ ନିହତ ହୋଇଥିଲା । ଜଣେ ‘ଡିଭିଏଫ’ ଯବାନ ନକ୍ସଲଙ୍କ ଗୁଳିରେ ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବିଶାଖାପାଟଣାକୁ ଏୟାରଲିଫ୍ଟ କରାଯାଇଥିଲା । ଅନ୍ୟ କିଛି ନକ୍ସଲ ଛତିଶଗଡ ପଟକୁ ପଳାଇଯାଇଥିବା ପୋଲିସ ସନ୍ଦେହ କରୁଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details