Digital Dialogue: ମେୟର ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ଵପ୍ନ ପୁରା କରିବି - ବିଜେଡି ମେୟର ପ୍ରାର୍ଥୀନି ସୁଲୋଚନା ଦାସଙ୍କ ସହ ସାକ୍ଷାତକାର
🎬 Watch Now: Feature Video
ଭୁବନେଶ୍ବର: ବିକାଶ ଏକ ନିରନ୍ତର ପ୍ରକ୍ରିୟା । ଭୁବନେଶ୍ବର କେବଳ ରାଜଧାନୀ ନୁହେଁ ରାଜ୍ୟ ଓ ଦେଶର ବିଭିନ୍ନ ଅଞ୍ଚଳର ଲୋକ ଏଠାକୁ ଆସନ୍ତି ଓ ରୁହନ୍ତି । ଏହା ଆମ ରାଜ୍ୟକୁ ପ୍ରତିନିଧିତ୍ଵ କରେ । ଭୁବନେଶ୍ବରର ବିକାଶ ପ୍ରକ୍ରିୟା ଜାରି ରହିଛି। ମୁଖ୍ୟମନ୍ତ୍ରୀ ଭୁବନେଶ୍ବରକୁ ବିଶ୍ଵସ୍ତରୀୟ ସହର ଭାବେ ଗଢି ତୋଳିବାକୁ ସ୍ଵପ୍ନ ଦେଖିଛନ୍ତି। ମେୟର ନିର୍ବାଚିତ ହେଲେ ମୁଖ୍ୟମନ୍ତ୍ରୀଙ୍କ ସେହି ସ୍ଵପ୍ନ ପୁରା କରିବା ଦିଗରେ କାମ କରିବି। ରାଜ୍ୟ ସରକାର ମହିଳା ସଶକ୍ତିକରଣ ଦିଗରେ ଅନେକ କାମ କରୁଛନ୍ତି, ମିଶନଶକ୍ତି କାର୍ଯ୍ୟକ୍ରମ ଏହାର ଉଦାହରଣ। ମହିଳାଙ୍କ ବିରୋଧରେ ଅପରାଧ ରୋକିବାକୁ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ନେଉଛି, ତେବେ ସମାଜକୁ ମଧ୍ୟ ଉତ୍ତରଦାୟିତ୍ବ ନେବାକୁ ହେବ । ଇଟିଭି ଭାରତ ଡିଜିଟାଲ ଡାଏଲଗକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ଭୁବନେଶ୍ବର ମହାନଗର ନିଗମ ନିର୍ବାଚନର ବିଜେଡି ମେୟର ପ୍ରାର୍ଥିନୀ ସୁଲୋଚନା ଦାସ। ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର... ରୁଦ୍ର ନାରାୟଣ ଦାସ, ବ୍ୟୁରୋ ଚିଫ୍, ଇଟିଭି ଭାରତ, ଓଡିଶା
Last Updated : Feb 3, 2023, 8:19 PM IST