thumbnail

By

Published : May 18, 2022, 9:48 PM IST

ETV Bharat / Videos

Watch Video: ଆସାମରେ ବନ୍ୟା ବିଭୀଷିକା, ଦେଖନ୍ତୁ ଭୟଙ୍କର ଚିତ୍ର

ଦିସପୁର: ଆସାମରେ ମୂଷଳଧାରାରେ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥି ଯୋଗୁଁ ରାଜ୍ୟର ୨୬ଟି ଜିଲ୍ଲାରେ ପାଖାପାଖି ୪ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ସେପଟେ ପ୍ରାୟ ୨୨୨ରୁ ଅଧିକ ଗାଁ ବନ୍ୟା ଘେରରେ ରହିଛି । ଏଥି ସହିତ ଅନେକ ଗାଁରେ ଭୂସ୍ଖଳନ ମଧ୍ୟ ହୋଇଛି । ଏ ପର୍ଯ୍ୟନ୍ତ ୮ ଜଣ ଲୋକଙ୍କ ମୃତ୍ୟୁ ଘଟି ସାରିଥିବାବେଳେ ବନ୍ୟାରେ କଚ୍ଛାର ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ତେବେ ରିପୋର୍ଟ ମୁତାବକ, ୩୩ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚା ଯାଇଛି। ଆସାମର ହୋଜାଇ, ଲଖିମ୍‌ପୁର ଏବଂ ନୌଗାଁ ଜିଲ୍ଲାରେ ମଧ୍ୟ ରାସ୍ତାଘାଟ, ଗାଡ଼ିଆ, ପୋଖରୀ, ନାଳରେ ବନ୍ୟା ଜଳ ପ୍ରବାହିତ ହେଉଛି । ଏ ପର୍ଯ୍ୟନ୍ତ ୨୦୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ନେଇ ଖବର ରହିଛି । ସେପଟେ ରାଜ୍ୟରେ ୧୭ ଟ୍ରେନକୁ ରଦ୍ଦ କରି ଦିଆଯାଇଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.