UPSC Results: ରାଙ୍କ୍ ୩୦୬, ପରୀକ୍ଷାକୁ କଠିନ ଭାବନ୍ତୁ ନାହିଁ କହିଲେ ସୌମ୍ୟ
🎬 Watch Now: Feature Video
ଅନୁଗୋଳ: ସିଭିଲ ସର୍ଭିସ ପରୀକ୍ଷା ୨୦୨୧ରେ ଅନୁଗୋଳ ଜିଲ୍ଲା ପାଲଲହଡାର ସୌମ୍ୟ ରଞ୍ଜନ ପ୍ରଧାନ କୃତିତ୍ୱ ଅର୍ଜନ କରିଛନ୍ତି । ସେ ୩୦୬ ରାଙ୍କ ରଖି ଏହି କୃତିତ୍ୱ ଲାଭ କରିଛନ୍ତି । ଗତ ବର୍ଷ ସେ OAS ପାଇ ଚାକିରୀରେ ଥିଲେ । କିନ୍ତୁ ସିଭିଲ ସର୍ଭିସ ପାଇବା ତାଙ୍କର ମୂଳ ଲକ୍ଷ୍ୟ ଥିଲା । ସେଥିପାଇଁ ସେ ଅଗାଧ ପରିଶ୍ରମ କରୁଥିଲେ । ଶେଷରେ ତାଙ୍କର ଚେଷ୍ଟା ଓ ପରିଶ୍ରମର ଫଳ ମିଳିଛି । ସୌମ୍ୟଙ୍କ ବାପା ସଞ୍ଜୀବ କୁମାର ପ୍ରଧାନ ପାଲଲହଡା କଲେଜରେ Zoology ବିଭାଗ ଅଧ୍ୟାପକ ଅଛନ୍ତି । ମା କଳ୍ପନା ପ୍ରଧାନ ଜଣେ ଗୃହିଣୀ । ପିଲାଟି ଦିନରୁ ସୌମ୍ୟ ଜଣେ ମେଧାବୀ ଛାତ୍ର ଥିଲେ । ସେ ତାଙ୍କ ପ୍ରାଥମିକ ଶିକ୍ଷା ପାଲଲହଡା ସରସ୍ୱତୀ ଶିଶୁ ମନ୍ଦିରରେ ଶେଷ କରି ବ୍ରହ୍ମପୁରର ଏକ କଲେଜରେ ଶିକ୍ଷା ଶେଷ କରିଥିଲେ । ପୁଅ ଦିନେ ନା ଦିନେ ବଡ଼ ମଣିଷ ହେବ ବୋଲି ଆଶା ବାନ୍ଧିଥିଲେ ପରିବାରବର୍ଗ । ତାଙ୍କର ସ୍ୱପ୍ନ ମଧ୍ୟ ସାକାର ହୋଇଛି । ଅନ୍ୟପକ୍ଷରେ ଅନୁଗୋଳ ଜିଲ୍ଲାରେ ଚଳିତ ବର୍ଷ ଜଣେ ମାତ୍ର ସୌମ୍ୟ ଏଭଳି କୃତି ଲାଭ କରିଥିବାରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଇଟିଭି ଭାରତ, ଅନୁଗୋଳ