ମହାକାଳେଶ୍ୱର ମନ୍ଦିରରେ ଇନଷ୍ଟାଗ୍ରାମ ରିଲ କଲେ ଯୁବତୀ, ଭିଡିଓ ଭାଇରାଲ - ବିଶ୍ୱ ପ୍ରସିଦ୍ଧ ମହାକାଳେଶ୍ବର ମନ୍ଦିର
🎬 Watch Now: Feature Video
ଭୋପାଳ: ମନ୍ଦିର ଭଳି ପବିତ୍ର ସ୍ଥାନକୁ ଅବମାମନା । ଭକ୍ତିମୟ ପରିବେଶରେ ଭକ୍ତ ଭଗବାନଙ୍କ ନାମ ଜପି ଯେଉଁଠି ଭକ୍ତ ମନ୍ଦିରକୁ ଆସିଥାଏ, ସେହି ପବିତ୍ର ସ୍ଥାନରେ ଇନଷ୍ଟାଗ୍ରାମ ରିଲ୍ କରିଛନ୍ତି ଜଣେ ଯୁବତୀ । ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ହଜାର ଜହାର ଭକ୍ତଙ୍କ ବିଶ୍ବାସର କେନ୍ଦ୍ରବିନ୍ଦୁ ସାଜିଥିବା ମଧ୍ୟପ୍ରଦେଶର ଉଜୈନରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ମହାକାଳେଶ୍ବର ମନ୍ଦିରରେ । ମନ୍ଦିର ପ୍ରାଙ୍ଗଣରେ ଦୁଇ ଯୁବତୀ ଆଧୁନିକ ଗୀତର ତାଳେ ତାଳେ ନାଚୁଥିବା ଦେଖିବାକୁ ମିଳିଛି । ଏହି ଇନଷ୍ଟାଗ୍ରାମ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଉକ୍ତ ଯୁବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ମନ୍ଦିର ପୂଜକ ।