କାଳ ସାଜିଲା କାଳବୈଶାଖୀ, ଉଜୁଡି ଗଲା ୨ ଶହ ଏକର କଦଳୀ ଚାଷ - ରେଙ୍ଗସାପାଲି ଅଞ୍ଚଳରେ ନଷ୍ଟହେଲା କଦଳୀ ଚାଷ

🎬 Watch Now: Feature Video

thumbnail

By

Published : May 6, 2022, 4:54 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରେଙ୍ଗସାପାଲି ଅଞ୍ଚଳରେ ଗତକାଲି (ଗୁରୁବାର) ହୋଇଥିବା ଅଦିନିଆ ଝଡ ବତାସରେ ନଷ୍ଟ ହୋଇଯାଇଛି ପ୍ରାୟ ୨ ଶହ ଏକର କଦଳୀ ଚାଷ । ଚଳିତ ବର୍ଷ ରେଙ୍ଗସାପାଲି ଗାଁରେ ୨ ଶହ ଏକରରୁ ଉର୍ଦ୍ଧ୍ବ ଜମିରେ କଦଳୀ ଚାଷ କରିଥିଲେ ଚାଷୀ । ଆଜି ଏହି ଅଞ୍ଚଳକୁ ଗସ୍ତ କରୁଛନ୍ତି ଧର୍ମଗଡ ଉଦ୍ୟାନ ବିଭାଗ ସହକାରୀ ନିର୍ଦ୍ଦେଶକ ଟଙ୍କଧର କାଲେ । କ୍ଷୟକ୍ଷତିର ଆକଳନ କରାଯାଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ସେ । ଧାର କରଜ କରି ଚାଷ କରିଥିବା ଚାଷୀ ସରକାରୀ ସହାୟତାକୁ ଅନାଇ ବସିଛି । କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.