କୋଭିଡ-୧୯ ମୁକାବିଲା: ବିଦ୍ୟାର୍ଥୀ ପ୍ରସ୍ତୁତ କଲେ ସ୍ମାର୍ଟ ଆଲାର୍ମ ବ୍ୟାଣ୍ଡ ଓ ପକେଟ୍ ଭେଣ୍ଟିଲେଟର

By

Published : Apr 23, 2022, 6:41 PM IST

thumbnail
ବ୍ରହ୍ମପୁର: ସାରା ବିଶ୍ବରେ କୋଭିଡ ୧୯ ମହାମାରୀର ୩ଟି ଲହର ଶେଷ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସଂପୂର୍ଣ୍ଣ ବିପଦ ଟଳିନାହିଁ । ଆମ ଦେଶରେ ୪ର୍ଥ ଲହରକୁ ନେଇ ନାନା ଆଶା ଆଶଙ୍କା ରହିଥିବା ବେଳେ ଏଭଳି ସମୟରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଅନସ୍ଳୋ ଶିକ୍ଷାନୁଷ୍ଠାନ ୨ ବିଦ୍ୟାର୍ଥୀ ପ୍ରସ୍ତୁତ କରିଛନ୍ତି ପକେଟ୍ ଭେଣ୍ଟିଲେଟର ଓ ସ୍ମାର୍ଟ ଆଲାର୍ମ ବ୍ୟାଣ୍ଡ । ଶିକ୍ଷାନୁଷ୍ଠାନର ନବମ ଶ୍ରେଣୀର ଛାତ୍ରୀ ସୁଇଟି ମହାରଣା ପକେଟ୍ ଭେଣ୍ଟିଲେଟର ପ୍ରସ୍ତୁତ କରିଛନ୍ତି । ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀଙ୍କ ଗାଇଡରେ ଏହି ପ୍ରକଳ୍ପ କରିଥିବାବେଳେ ଏଥିରେ ମାଇକ୍ରୋ କମ୍ପ୍ରେସର, ୟୁଭି ଲାଇଟ, ଲିଡ ଏସିଡ ବ୍ୟାଟେରୀ, ପସ ସୁଇଚ୍, LED, ଚାର୍ଜିଙ୍ଗ୍ ସକେର୍ଟ, N-୯୫ ମାସ୍କ, ଅକ୍ସିଜେନ ପାଇପ୍ ଭଳି ସାମଗ୍ରୀ ବ୍ୟବହାର କରି ସେ ଏହାକୁ ପ୍ରସ୍ତୁତ କରିଥିବାବେଳେ ଏଥିରେ ଘରେ ଥିବା ରୋଗୀ ଖୁବ ସହଜରେ ଅକ୍ସିଜେନ ପାଇପାରିବ ବୋଲି କହିଛନ୍ତି ବିଦ୍ୟାର୍ଥୀ । ଅନ୍ୟପଟେ ଉକ୍ତ ଶିକ୍ଷାନୁଷ୍ଠାନର ଅଷ୍ଟମ ଶ୍ରେଣୀର ଛାତ୍ର ଏସ ଡିଲେଶ୍ବର ରେଡ୍ଡି ମଧ୍ୟ ପ୍ରସ୍ତୁତ କରିଛନ୍ତି କୋଭିଡ-୧୯ ସ୍ମାର୍ଟ ଆଲାର୍ମ ବ୍ୟାଣ୍ଡ । ସେଥିପାଇଁ ମରକ୍ୟୁରି ସୁଇଚ, ୯ ଭୋଲର୍ଟ ବଜର୍ର, LED, ୯ ଭୋଲର୍ଟ ବ୍ୟାଟେରୀ, ୯ଭୋଲର୍ଟ ବ୍ୟାଟେରୀ ସ୍ମାପ୍ କନେକ୍ଟର ସହ ପିସିବି ବୋର୍ଡକୁ ନେଇ ଏହି ଆଲାର୍ମ ବ୍ୟାଣ୍ଡ ପ୍ରସ୍ତୁତ କରିଛନ୍ତି । ଏହାବ୍ୟତୀତ ହ୍ୟାଣ୍ଡ ସାନିଟାଇଜର ନ କରି ମୁହଁକୁ ହାତ ନେଲେ କିମ୍ବା ହାତ ନ ଧୋଇ ଖାଇବାକୁ ଗଲେ ଏହି ଆଲାର୍ମ ବାଜି ଉଠିବ ବୋଲି କହିଛନ୍ତି ବିଦ୍ୟାର୍ଥୀ । ବ୍ରହ୍ମପୁର ସହରରେ ପ୍ରଦର୍ଶିତ କରିଥିବା ୨ ବିଦ୍ୟାର୍ଥୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.