ETV Bharat / bharat

କାର୍ଯ୍ୟଭାର ଗ୍ରହଣ କଲେ ଆତିଶୀ, ଶନିବାର ନେଇଥିଲେ ଶପଥ - CM Atishi takes charge

author img

By ETV Bharat Odisha Team

Published : 2 hours ago

Atishi takes charge as CM: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ବିଧିବଦ୍ଧ ଦାୟିତ୍ବ ଗ୍ରହଣ କଲେ ଆତିଶୀ । ଶନିବାର ନେଇଥିଲେ ଶପଥ । ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Atishi takes charge as CM
Atishi takes charge as CM (ETV Bharat Odisha)

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଆତିଶୀ । ଆମ ଆଦମୀ ପାର୍ଟି (ଆପ) ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଇସ୍ତଫା ପରେ ଶନିବାର (21 ତାରିଖ) ଆତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିିଥିଲେ । ଉପରାଜ୍ୟପାଳ ବିନୟ ସକ୍ସେନା ଆତିଶୀଙ୍କ ସହ 5 ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଗୋପାଳ ରାୟ, କୈଳାଶ ଗେହଲଟ, ସୌରଭ ଭରଦ୍ବାଜ, ଇମରାନ ହୁସେନ ଓ ମୁକେଶ ଅହଲାବତ ଆତିଶୀ ସରକାରରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଆଜି ଆତିଶୀ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଦାୟିତ୍ବ ଗ୍ରହଣ କରିଛନ୍ତି ।

  • AAPର ଚର୍ଚ୍ଚିତ ନେତ୍ରୀ ଆତିଶୀ:-

ଆମ ଆଦମୀ ପାର୍ଟିର ଏହି ବରିଷ୍ଠ ତଥା ଚର୍ଚ୍ଚିତ ନେତ୍ରୀ ହେଉଛନ୍ତି ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ । ଏହା ସହ ସେ ଦେଶର ଦ୍ବିତୀୟ କାର୍ଯ୍ୟରତ ମହିଳା ମୁଖ୍ୟମନ୍ତ୍ରୀ ମଧ୍ୟ । ସେହିପରି ସେ ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଭାରତୀୟ ରାଜନୀତିରେ ଭିନ୍ନ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି । କେଜ୍ରିଓ୍ବାଲ ମଦ ଘୋଟାଲା ମାମଲାରେ ଜେଲରେ ଥିବା ବେଳେ ଆତିଶୀ ଦଳର ନେତୃତ୍ବ ନେଉଥିବା ଦେଖିବାକୁ ମିଳିଥିଲା । ଏକାଧିକ ପ୍ରସଙ୍ଗରେ ସେ ଭାରତୀୟ ଜନତା ପାର୍ଟି ଓ ଉପରାଜ୍ୟପାଳ ବିନୟ ସକସେନାଙ୍କୁ ଶାଣିତ ଟାର୍ଗେଟ କରି ଚର୍ଚ୍ଚାକୁ ଆସିଥିଲେ । କେଜ୍ରିଓ୍ବାଲ ନିଜ ଇସ୍ତଫା ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ ଚର୍ଚ୍ଚାର ପ୍ରଥମ ସ୍ଥାନରେ ଆତିଶୀଙ୍କ ନାମ ଥିଲା ।

ଏହା ମଧ୍ୟ ପଢନ୍ତୁ :- ଜାଣିଛନ୍ତି କି, ଦିଲ୍ଲୀ ନୂଆ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସ୍ୱାମୀ କିଏ ଏବଂ କ'ଣ କରନ୍ତି ? - Atishi Husband

ଏହା ମଧ୍ୟ ପଢନ୍ତୁ :- ଦାମୀ ଗାଡ଼ି ନାହିଁ କି ଆଲିସାନ ବଙ୍ଗଳା, ତଥାପି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସମ୍ପତ୍ତି ଶୁଣିଲେ ଉଡ଼ିଯିବ ହୋସ .... - Net Worth Of New CM Atishi

ଏହା ମଧ୍ୟ ପଢନ୍ତୁ:- ଦିଲ୍ଲୀରେ ଆତିଶୀ ଯୁଗ ଆରମ୍ଭ, ଏମିତି ଥିଲା ମନ୍ତ୍ରୀରୁ ମୁଖ୍ୟମନ୍ତ୍ରୀ ଯାତ୍ରା - Atishi Marlena New Delhi CM

  • ଅତିଶୀଙ୍କ ରାଜନୈତିକ କ୍ୟାରିୟର

ଆତିଶୀ ଆମ ଆଦମୀ ପାର୍ଟି ପ୍ରତିଷ୍ଠା ସମୟରେ ଦଳରେ ଯୋଗ ଦେଇଥିଲେ । ସେ 2013 ବିଧାନସଭା ନିର୍ବାଚନ ପାଇଁ ଦଳର ମନିଫେଷ୍ଟୋ ଡ୍ରାଫ୍ଟ କମିଟିର ପ୍ରମୁଖ ସଦସ୍ୟ ଥିଲେ । ପରେ ସେ ଦଳର AAP ମୁଖପାତ୍ର ରହିବା ସହ । ସେ ଜୁଲାଇ 2015 ରୁ ଏପ୍ରିଲ 2018 ପର୍ଯ୍ୟନ୍ତ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ । 2019 ରେ ଲୋକସଭା ନିର୍ବାଚନରେ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ବିଜେପି ପ୍ରାର୍ଥୀ ତଥା ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କ ଠାରୁ ସେ ପରାଜିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ବିଧାନସଭା ନିର୍ବାଚନ ଜିତି ସେ ଦିଲ୍ଲୀ କ୍ୟାବିନେଟରେ ମନ୍ତ୍ରୀ ହୋଇଥିଲେ । ଏବେ ସେ ବର୍ତ୍ତମାନ ଦିଲ୍ଲୀର ଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ, ସଂସ୍କୃତି, ପର୍ଯ୍ୟଟନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ରହିଛନ୍ତି । ଏବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସେ ମମତା ବାନାର୍ଜୀଙ୍କ ସହ ଦେଶର ଦ୍ବିତୀୟ କାର୍ଯ୍ୟରତ ମହିଳା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.