ETV Bharat / entertainment

'ଦେବରା' ପ୍ରି-ରିଲିଜ ଇଭେଣ୍ଟ ବାତିଲ୍; ଭଡକିଲେ ଫ୍ୟାନ୍ସ, 'ତୁମମାନଙ୍କଠୁ ମୁଁ ଅଧିକ କଷ୍ଟରେ..' କହିଲେ Jr Ntr - Jr NTR On Devara Event Cancellation

author img

By ETV Bharat Entertainment Team

Published : 2 hours ago

Jr NTR On Devara Event Cancellation: ଜୁନିଅର ଏନଟିଆରଙ୍କ ଆଗାମୀ ଚଳଚ୍ଚିତ୍ର ଦେବରା: ପାର୍ଟ-1 ର ପ୍ରି-ରିଲିଜ୍ ଇଭେଣ୍ଟକୁ ବାତିଲ କରାଯାଇଛି । ଯାହାକୁ ନେଇ ଫ୍ୟାନ୍ସ ତାତିଥିବା ବେଳେ ବର୍ତ୍ତମାନ ଜୁନିଅର ଏନଟିଆର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଏହା ଅପିଲ୍ କରିଛନ୍ତି । ଦେଖନ୍ତୁ ଭିଡିଓ,

'ଦେବରା' ପ୍ରି-ରିଲିଜ ଇଭେଣ୍ଟ ବାତିଲ୍; ଭଡକିଲେ ଫ୍ୟାନ୍ସ, 'ତୁମମାନଙ୍କଠୁ ମୁଁ ଅଧିକ କଷ୍ଟରେ..' କହିଲେ Jr Ntr
'ଦେବରା' ପ୍ରି-ରିଲିଜ ଇଭେଣ୍ଟ ବାତିଲ୍; ଭଡକିଲେ ଫ୍ୟାନ୍ସ, 'ତୁମମାନଙ୍କଠୁ ମୁଁ ଅଧିକ କଷ୍ଟରେ..' କହିଲେ Jr Ntr (Film poster)

ହାଇଦ୍ରାବାଦ: ଆଉ ମାତ୍ର କିଛି ଦିନର ଅପେକ୍ଷା । ଜୁନିଅର ଏନଟିଆରଙ୍କ ଆଗାମୀ ଚଳଚ୍ଚିତ୍ର 'ଦେବରା: ଭାଗ 1' ସେପ୍ଟେମ୍ବର 27 ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି । ଫ୍ୟାନ୍ସମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି । ତେବେ ରିଲିଜ ପୂର୍ବରୁ ଗତକାଲି (ସେପ୍ଟେମ୍ବର 22) ହାଇଦ୍ରାବାଦରେ ଏକ ପ୍ରି-ରିଲିଜ୍ ଇଭେଣ୍ଟ ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମ ହାଇଦ୍ରାବାଦର ନୋଭୋଟେଲରେ ଅନୁଷ୍ଠିତ ହୋଇଥିନ୍ତା । ହେଲେ ଏହାକୁ ବାତିଲ କରିବାକୁ ପଡିଥିଲା । ଯାହାକୁ ନେଇ ଫ୍ୟାନ୍ସ ଭଡକିଥିବା ବେଳେ ସୋସିଆଲ ମିଡିଆ ଜରିଆରେ ନିର୍ମାତାଙ୍କ ଉପରେ ବର୍ଷିଛନ୍ତି । ଯାହା ପରେ ଜୁନିଅର ଏନଟିଆର ଏବଂ ଦେବରା ନିର୍ମାତାଙ୍କ ଟିମ୍ ଏକ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଏହା ଅପିଲ୍ କରିଛନ୍ତି ।

ଫ୍ୟାନ୍ସଙ୍କୁ ଏହା କହିଲେ ଜୁନିଅର ଏନଟିଆର

ଭିଡିଓ ବାର୍ତ୍ତାରେ ଜୁନିଅର ଏନଟିଆର ତାଙ୍କ ପ୍ରଶଂସକଙ୍କୁ ସମ୍ବୋଧିତ କରି କହିଛନ୍ତି, 'ମୁଁ ଅତ୍ୟନ୍ତ ଦୁଃଖିତ ଯେ 'ଦେବରା' କାର୍ଯ୍ୟକ୍ରମ ବାତିଲ ହୋଇଛି, ବିଶେଷ କରି ମୁଁ ଏହାକୁ ଉତ୍ସାହର ସହିତ ଅପେକ୍ଷା କରିଥିଲି। ମୁଁ ତୁମ ସହିତ ସମୟ ବିତାଇବାକୁ ଏବଂ ଦେବରା ବିଷୟରେ ଅନେକ ମଜାଦାର ତଥ୍ୟ ସେୟାର କରିବାକୁ ଚାହୁଁଥିଲି । ମୁଁ ଦେବରା ବିଷୟରେ ଅନେକ ବିବରଣୀ ଏବଂ ଚଳଚ୍ଚିତ୍ରକୁ ସଫଳ କରିବା ପାଇଁ ସମସ୍ତ ପ୍ରୟାସ ସେୟାର କରିବାକୁ ଉତ୍ସାହିତ ଥିଲି । କିନ୍ତୁ, ସୁରକ୍ଷା ଯୋଗୁଁ ଏହି କାର୍ଯ୍ୟକ୍ରମ ହୋଇପାରିଲା ନାହିଁ । ମୁଁ ତୁମମାନଙ୍କ ନିରାଶା ବୁଝିପାରୁଛି । ତୁମମାନଙ୍କ ଅପେକ୍ଷା ମୋର ଯନ୍ତ୍ରଣା ଅଧିକ । ମୋ ମତରେ ସୋ' ବାତିଲ ପାଇଁ ନିର୍ମାତା କିମ୍ବା ଆୟୋଜକଙ୍କୁ ଦାୟୀ କରିବା ଭୁଲ ଅଟେ ।''

ଏହି କାରଣରୁ ବାତିଲ୍ ପ୍ରି-ରିଲିଜ ଇଭେଣ୍ଟ

ନିର୍ମାତା ଏକ ବିବୃତ୍ତି ଜାରି ପ୍ରି-ରିଲିଜ ଇଭେଣ୍ଟ ବାତିଲ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ''ପ୍ରି-ରିଲିଜ୍ କାର୍ଯ୍ୟସୂଚୀ ଗଣେଶ ନିମର୍ଜାନାମଙ୍କ ଅତି ନିକଟବର୍ତ୍ତୀ ଥିଲା ଏବଂ ଏହିପରି ବଡ଼ ଧରଣର ଇଭେଣ୍ଟଗୁଡିକ ପ୍ରସ୍ତୁତି ପାଇଁ ଅତିକମରେ ଏକ ସପ୍ତାହ ପ୍ରସ୍ତୁତି ଆବଶ୍ୟକ ହୋଇଥାଏ । ଏଥିସହ ଗତ କିଛି ଦିନ ମଧ୍ୟରେ ପ୍ରବଳ ବର୍ଷା ହୋଇଥିଲା । ଯଦିଓ ବର୍ଷା ନହୁଏ, ବାହ୍ୟ ଇଭେଣ୍ଟ ପାଇଁ ସର୍ତ୍ତ୍ୱେ ଇଭେଣ୍ଟ କରିବା ଅନୁକୂଳ ହୋଇନଥାନ୍ତା, ଆମର ସର୍ବୋତ୍ତମ ପ୍ରୟାସ ସତ୍ତ୍ୱେ ପ୍ରଶଂସକଙ୍କ ଭିଡ ନିୟନ୍ତ୍ରଣରୁ ବାହାରି ଯାଇଥିଲା ଏବଂ ବ୍ୟାରିକେଡ୍ ଭାଙ୍ଗି ଯାଇଥିଲା । ସୁରକ୍ଷା କାରଣରୁ ଆମକୁ ଇଭେଣ୍ଟ ବାତିଲ କରିବାକୁ ପଡିଲା ।”

ଏହା ମଧ୍ୟ ପଢନ୍ତୁ: ଜୁନିଅର ଏନଟିଆରଙ୍କ ଫିଲ୍ମ 'ଦେବରା'କୁ ମିଳିଲା U/A ସାର୍ଟିଫିକେଟ୍, ହଟିଲା 4ଟି ସିନ୍

'ଦେବରା' ଷ୍ଟାରକାଷ୍ଟ

'ଦେବରା' ନିର୍ଦ୍ଦେଶକ କୋର୍ଟଲା ଶିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରଟି ଯୁବାସୁଧା କଳା ଏବଂ ଏନଟିଆର ଦ୍ୱାରା ପ୍ରସ୍ତୁତ କରାଯାଇଛି । ଜୁନିଅର ଏନଟିଆରଙ୍କ ସମେତ ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ସୈଫ ଅଲ୍ଲି ଖାନ ନଜର ଆସିବେ । ଏହା ବ୍ୟତୀତ ପ୍ରକାଶ ରାଜ, ମିକା ଶ୍ରୀକାନ୍ତ, ଜ୍ୟୋତି ଟମ ଚାକୋ ଏବଂ ଚୈତ୍ର ରୟ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । କହିରଖୁଛୁ କି, ଏହି ଫିଲ୍ମ ସହ ପ୍ରଥମ ଥର ପାଇଁ ଜୁନିଅର ଏନଟିଆରଙ୍କ ସହ ଜାହ୍ନବୀ ଓ ସୈଫ ନଜର ଆସିବାକୁ ଥିବା ବେଳେ ଏହି ଫିଲ୍ମ ସହ ଉଭୟ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ୍ 300 କୋଟି ଟଙ୍କା ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: 'ଦେବରା ପାର୍ଟ- ୧' ନେଇ ଭାବୁକ ହେଲେ ଜୁନିଅର ଏନଟିଆର, କହିଲେ ଫିଲ୍ମ ଆପଣଙ୍କୁ....

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.