ରାୟଗଡାରେ କୋଭିଡ କଟକଣା ଅନୁଯାୟୀ ସ୍ନାନଯାତ୍ରା ପାଳିତ - covid19-guideline-in-rayagada
🎬 Watch Now: Feature Video
ରାୟଗଡା: କୋଭିଡ କଟକଣା ଅନୁଯାୟୀ ସ୍ନାନଯାତ୍ରା ପାଳିତ ହୋଇଯାଇଛି । ଆଜି ସକାଳୁ ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ସେବାୟତ ତଥା ମନ୍ଦିର କର୍ମଚାରୀଙ୍କୁ ଥର୍ମାଲ ଟେଷ୍ଟ ଓ ସାନିଟାଇଜ ପରେ ମାସ୍କ ପିନ୍ଧି ମନ୍ଦିର ମଧ୍ୟକୁ ଛଡା ଯାଇଥିଲା । ସକାଳ ପ୍ରାୟ ସାଢେ ୮ଟା ବେଳେ କମ୍ ସଂଖ୍ୟକ ସେବାୟତଙ୍କ ଉପସ୍ଥିତିରେ ସାମାଜିକ ଦୂରତ୍ବ ରକ୍ଷାକରି ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଧାଡି ପହଣ୍ଡି କରାଯାଇ ସ୍ନାନ ମଣ୍ଡପକୁ ନିଆଯାଇଥିଲା । ସେଠାରେ ବିଧି ମୁତାବକ ପୂଜାର୍ଚ୍ଚନା ପରେ ୧୦୮ ଗରା ସୁବାସିତ ଜଳରେ ଠାକୁର ମାନଙ୍କୁ ସ୍ନାନ କରାଯାଇଛି । ଏହାପରେ ସ୍ନାନ ମଣ୍ଡପରେ ଠାକୁର ମାନଙ୍କୁ ଗଜାନନ ବେଶ କରାଯାଇଛି । ଆଜି ଠାରୁ ତିନି ଠାକୁର ଅଣସର ଘରେ ରହିବେ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ