କୂଳ ଲଙ୍ଘୁଛି ସମୁଦ୍ର, ଆତଙ୍କିତ ସ୍ଥାନୀୟ ଲୋକେ - ଏରସମାରେ କୂଳ ଲଙ୍ଘୁଛି ସମୁଦ୍ର
🎬 Watch Now: Feature Video
ଜଗତସିଂହପୁର : କୂଳ ଲଙ୍ଘୁଛି ସମୁଦ୍ର । ସମୁଦ୍ର ପାଣି ମାଡି ଆସିବା ଯୋଗୁଁ ଭୟଭୀତ ସମୁଦ୍ରକୂଳିଆ ଲୋକେ । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗଡହରିଶପୁର ପଞ୍ଚାୟତର ବିଭିନ୍ନ ସ୍ଥାନରେ ସମୁଦ୍ର ପାଣି ମାଡି ଆସିଛି । ଫଳରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇ ଯାଇଛି । ସମୁଦ୍ର କୂଳରେ ଥିବା ଅତଡ଼ା ମଧ୍ୟ ଖସିବାରେ ଲାଗିଛି । ସ୍ଥାନୀୟ ଲୋକମାନେ ଭୟଭୀତ ଅବସ୍ଥାରେ ଥିବାବେଳେ ସମୁଦ୍ର ଅଶାନ୍ତ ହୋଇ ଏଭଳି କୂଳ ଲଙ୍ଘୁଛି କେବେ ଦେଖି ନଥିବା କହିଛନ୍ତି। ସମୁଦ୍ରରେ ଜୁଆର ଆସୁଥିବାରୁ ପ୍ରାୟ 50 ମିଟର ସ୍ଥଳଭାଗ ଜଳାର୍ଣ୍ଣବ ହୋଇଥିବା ଜଣାପଡିଛି। ଇଟିଭି ଭାରତ, ଜଗତସିଂହପୁର