ଚିନ୍ତା ବଢ଼ାଉଛି ନକଲି ମେଡିସନ, ମଣିଷ ଜୀବନ ସହ ନଖେଳିବାକୁ ନିବେଦନ - କଟରେ ନକଲି ମେଡିସିନ୍
🎬 Watch Now: Feature Video
କଟକ: ରୋଗୀଙ୍କ ଜୀବନ ସହ ଖେଳ । ଔଷଧ ଦୋକାନରେ ମିଳୁଛି ମାଳ ମାଳ ନକଲି ଔଷଧ । ଲୋକଙ୍କ ଜୀବନ ବଞ୍ଚାଇବାଇ ତିଆରି ହୋଇଥିବା ଔଷଧକୁ ନକଲ କରି ବଜାରରେ ବିକ୍ରି କରୁଛନ୍ତି ମୁନାଫାଖୋର ବ୍ୟବସାୟୀ (duplicate medicine for blood pressure)। ରକ୍ତଚାପ ପାଇଁ ବ୍ୟବହାର ହେଉଛି ମେଡିସିନ ଟେଲମା ଫୋର୍ଟି ଓ ଟେଲମା AM । ଏହି ମେଡିସିନ ଖାଇବା ଦ୍ବାରା କିଡନୀ, ହୃଦଘାତ ଓ ପକ୍ଷାଘାତ ଭଳି ରୋଗର ଶୀକାର ହେବେ ଲୋକେ । ଏପରିକି ମୃତ୍ୟୁର ମଧ୍ୟ ସମ୍ଭାବନା ରହିଛି । ଭଲ ଚିକିତ୍ସା ପାଇବା ପାଇଁ ଲୋକେ ଘରୋଇ ହସ୍ପିଟାଲ ଯାଇଥାଆନ୍ତି । ଏଭଳି ମେଡିସିନ ଖାଇବା ଦ୍ବାରା ଅଧିକ ସମସ୍ୟା ସୃଷ୍ଟି କରିଥାଏ । ତେଣୁ ଜନସାଧାରଣଙ୍କୁ ସରକାରୀ ହସପିଟାଲ ଯାଇ ଚିକିତ୍ସିତ ହେବା ସହ ସରକାରୀ ମେଡିସିନ ବ୍ୟବହାର କରିବାକୁ ବରିଷ୍ଠ ଚିକିତ୍ସକ ଡାକ୍ତର ଜୟନ୍ତ ପଣ୍ଡା ପରାମର୍ଶ ଦେଇଛନ୍ତି । ମଣିଷ ଜୀବନ ସହ ନଖେଳିବା ପାଇଁ ନିବେଦନ କରିଛନ୍ତି । ଏଭଳି ନକଲି ମେଡିସିନ ଯେଉଁ ବ୍ୟବସାୟୀ ରଖୁଛନ୍ତି ତାହାକୁ ଶୀଘ୍ର ପରିତ୍ୟାଗ କରିବାକୁ କହିଛନ୍ତି ଡାକ୍ତର ।