thumbnail

By

Published : Jun 15, 2022, 9:37 PM IST

ETV Bharat / Videos

ହର୍ଷୋଲ୍ଲାସରେ ପାଳନ ହେଉଛି ରଜ

ଢେଙ୍କାନାଳ: ପହିଲି ରଜ ପରେ ଆଜି(ବୁଧବାର) ହଉଛି ରଜ ସଂକ୍ରାନ୍ତି । ପୁରପଲ୍ଲୀରେ ସବୁଠି ଚାଲିଛି ରଜର ଆସର । ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମରେ ବେଶ ଆନନ୍ଦର ସହ ଝିଅ ବୋହୂମାନେ ରଜ ପାଳିଛନ୍ତି । ସକାଳୁ ଗାଧୁଆ ସାରି ପିଠା ଖାଇ ନୂଆ ଡ୍ରେସ ପିନ୍ଧି ରଜ ଗୀତ ଗାଇ ଦୋଳି ଖେଳିଛନ୍ତି । ଘରେ ଘରେ ପିଠାପଣାର ଆସର ସାଙ୍ଗକୁ ଗାଁ ତୋଟା ଆମ୍ବଗଛ ଦୋଳି ମୂଳରେ ସାଙ୍ଗସାଥୀଙ୍କ ମେଳ ଦେଖିବାକୁ ମିଳିଛି । ଏହି ଗଣ ପର୍ବ ରଜକୁ ତିନିଦିନ ଧରି ଆନନ୍ଦ ଉଲ୍ଲାସର ସହ ସଭିଏଁ ପାଳନ କରିଥାନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.