ରାଜଧାନୀ ମଧୁରମୟୀ ଆଶ୍ରମରେ ରଜ ମଉଜ

By

Published : Jun 16, 2022, 5:55 PM IST

thumbnail
ଭୁବନେଶ୍ୱର: ଗଣପର୍ବ ରଜକୁ ନେଇ ସାରା ରାଜ୍ୟ ଉତ୍ସବମୁଖର ରହିଛି । ଏଥିରୁ ରାଜଧାନୀ ଭୁବନେଶ୍ବର ବି ବାଦ ପଡ଼ିନି । ଏହାର ଏକ ଛୋଟିଆ ଝଲକ ଭୁବନେଶ୍ବର ମଧୁରମୟୀ ଆଶ୍ରମରେ ଦେଖିବାକୁ ମିଳିଛି । ଗୁରୁବାର ଶେଷ ରଜ ଅର୍ଥାତ ଭୂମିଦହନ। ତେଣୁ ଶେଷ ଦିନରେ ମଧୁରମୟୀ ଆଶ୍ରମରେ ରଜର ଆସର ଜମିଥିଲା । ଆଜୀବନ ଦଣ୍ଡ ଭୋଗୁଥିବା ଅନ୍ତେବାସୀଙ୍କ ଛୁଆମାନେ ନୂଆ ଡ୍ରେସ ପିନ୍ଧିବା ସହ କୁମ୍‌କୁମ୍‌ ବିନ୍ଦି ଲଗାଇ ରଙ୍ଗୀନ ଚୁଡ଼ି ପିନ୍ଧି ସଜ ହୋଇଛନ୍ତି । ପିଠାପଣା ଖାଇ ରଜ ଗୀତର ତାଳେ ତାଳେ ନାଚି ଗାଈ ଦୋଳି ଖେଳି ରଜ ମଉଜ କରିଛନ୍ତି। ଆଉ ପରିବାରଠୁ ଦୂରରେ ରହୁଥିବା ସେହି କୋମଳମତି ପିଲାଏ ଜଣେ ଅନ୍ଯ ଜଣଙ୍କ ସାହାରା ସାଜିବା ଉତ୍ସବ ପାଳିଛନ୍ତି । ରଜ ସେମାନଙ୍କ ଏକାକୀ ଜୀବନରେ ଖୁସିର କୋଳାହଳ କରିଛି । ଏହାକୁ ନେଇ ସେମାନଙ୍କ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ସମ୍ବାଦଦାତା ଦେବସ୍ମିତା ରାଉତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.