ଜମୁଛି ରଜ ମଉଜ, ଦୋଳି ଖେଳି ମଜା ନେଉଛନ୍ତି ତରୁଣୀ - ଶେଷ ରଜ
🎬 Watch Now: Feature Video
ଜଗତସିଂହପୁର: ରଜ ପାଇଁ ଉତ୍ସବ ମୁଖର ଗାଁଠୁ ସହର । ରଜ ପର୍ବର ଆଜି ଶେଷ ଦିନ ହୋଇଥିବାରୁ ନୃତ୍ୟ ଗୀତକୁ ନେଇ ଚାରିଆଡେ ଉତ୍ସବର ମାହୋଲ । ଜଗତସିଂହପୁର ଉପକଣ୍ଠ ମୁରୁଣୀୟା ଗ୍ରାମରେ ଗ୍ରାମବାସୀଙ୍କ ପକ୍ଷରୁ ଧୁମଧାମରେ ରଜ ମହୋତ୍ସବ ପାଳନ କରାଯାଉଛି । ଗ୍ରାମରେ ଯୁବତୀମାନେ ଆଜି ଶେଷ ରଜରେ ଏକତ୍ରିତ ହୋଇ ପାନ ଭଙ୍ଗା ସହ ଝୋଟି, ଲୁଡୁ, ତାସ ଖେଳି ରଜ ପାଳନ କରୁଛନ୍ତି । ଦୀର୍ଘ ଦୁଇବର୍ଷ ପରେ ବିନା କୋଭିଡ କଟକଣାରେ ରଜ ଉତ୍ସବ ପାଳନ କରାଯାଉଥିବାରୁ ବେଶ ଆନନ୍ଦିତ ତରୁଣୀ ।