ରଜ ମଉଜରେ ଝୁମିଲେ କଟକବାସୀ - କଟକରେ ରଜ ପାଳନ

🎬 Watch Now: Feature Video

thumbnail

By

Published : Jun 15, 2022, 10:00 PM IST

କଟକ: ଓଡିଶାର ଗଣପର୍ବ ରଜ ପାଇଁ ଉତ୍ସବମୁଖର ସଂସ୍କୃତି ଓ ପରମ୍ପରାର ନଗରୀ କଟକ । ସହରର ବିଭିନ୍ନ ସାହିରେ ଦେଖିବାକୁ ମିଳିଛି ରଜର ବିଶେଷ ମାହୋଲ । ଦୀର୍ଘ ୨ବର୍ଷ କୋଭିଡ କଟକଣା ପରେ ପରିବାର ଓ ସାଙ୍ଗସାଥିଙ୍କ ସହ ମିଶି କୁଆଁରୀ ଝିଅମାନେ ନୂଆ ପୋଷାକ ପିନ୍ଧି ସଜେଇ ହୋଇ ସାଙ୍ଗସାଥିଙ୍କ ସହ ନେଇଛନ୍ତି ରଜ ଦୋଳିର ମଜା । କେବଳ କୁଆଁରୀମାନେ ନୁହଁନ୍ତି ଏଥିରେ ପିଲାଙ୍କ ସହ ବୟସ୍କମାନେ ମଧ୍ୟ ସାମିଲ ହୋଇ ରଜ ମଉଜକୁ ଉପଭୋଗ କରିଛନ୍ତି । ବିଭିନ୍ନ ସ୍ଥାନରେ ରଙ୍ଗ ବେରଙ୍ଗ ଫୁଲ ଓ ପତ୍ରରେ ସଜ୍ଜିତ ଦୋଳି ଦେଖିବାକୁ ମିଳିଥିଲା । ପୁରୁଷ ମାନେ ରଜରେ ତାସ ଖେଳରେ ମାତିଥିବା ବେଳେ ମହିଳାମାନେ ଦୋଳି ଓ ଲୁଡୁ ଖେଳରେ ମତିଥିଲେ । ସେହିପରି କୁନି କୁନି ପିଲାମାନେ ମଧ୍ୟ ପୁଚି ଖେଳି ଓ ନାଚ କରି ଏହି ପର୍ବର ମଜା ଉଠାଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.