thumbnail

By

Published : Jul 2, 2022, 10:36 PM IST

ETV Bharat / Videos

Watch Video: ସାବାସ ସନ୍ଦେଶ, ୨୦ ଫୁଟ ଦଳରୁ ବୃଦ୍ଧଙ୍କୁ କଲେ ଉଦ୍ଧାର

ଲକ୍ଷ୍ନୌ: ବରହାନ ଥାନା ଅଞ୍ଚଳର ନ୍ୟାସନାଲ ଇଣ୍ଟର କଲେଜ ସମ୍ମୁଖରେ ଥିବା ଜଳାଶୟର ଦଳ ମଧ୍ୟରେ ଜଣେ ବୃଦ୍ଧ ଫସି ଯାଇଥିଲେ । ସ୍ଥାନୀୟ ଲୋକ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେବାପରେ ପୋଲିସ ସମେତ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ବରହାନ ଥାନାରେ କାର୍ଯ୍ୟରତ ପୋଲିସ ସନ୍ଦେଶ କୁମାର ନିଜ ଜୀବନକୁ ବିପଦରେ ପକାଇ ଜଳାଶୟକୁ ପଶିଥିଲେ । ରାସ୍ତା କଡ଼ରୁ ପ୍ରାୟ ୨୦ ଫୁଟ ଭିତରକୁ ଯିବାପରେ ସେ ବୃଦ୍ଧଙ୍କ ନିକଟରେ ପହଞ୍ଚିଥିଲେ । ନିଜ ଉପସ୍ଥିତ ବୁଦ୍ଧି ଓ ସାହାସ ଯୋଗୁଁ ପୋଲିସ କର୍ମଚାରୀ ବୃଦ୍ଧଙ୍କୁ ବଞ୍ଚାଇ ପାରିଥିବାରୁ ସ୍ଥାନୀୟ ଲୋକେ ତାଙ୍କୁ ବହୁତ ପ୍ରଶଂସା କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.