ତୈଳ ଦରରେ ନିଆଁ, ମିଶ୍ର ପ୍ରତିକ୍ରିୟା ଦେଲେ ରାଜଧାନୀବାସୀ
🎬 Watch Now: Feature Video
ଭୁବନେଶ୍ବର: ଚିନ୍ତା ବଢାଉଛି ବର୍ଦ୍ଧିତ ତୈଳଦର । ଲଗାତାର ଚାରି ଦିନ ଦର ବୃଦ୍ଧି ପରେ ଆଜି(ସୋମବାର) ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସ୍ଥିର ରହିଛି । ଅକ୍ଟୋବର 17 (ରବିବାର) ପର୍ଯ୍ୟନ୍ତ ଲଗାତାର ଚାରି ଦିନ ଦର ବୃଦ୍ଧି ପାଇବା ପରେ ସୋମବାର ଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସ୍ଥିର ରହିଆସିଛି। ଗ୍ରାହକଙ୍କ ପକେଟକୁ ମହଙ୍ଗା ମାଡ ବାଧୁଥିବାବେଳେ ଦରବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜଧାନୀବାସିନ୍ଦା । ସେହିପରି ତୈଳଦର ବୃଦ୍ଧି କ୍ଷେତ୍ରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପଦକ୍ଷେପ ନେବା ଜରୁରୀ ବୋଲି ରାଜଧାନୀବାସୀ ଚେତାଇ ଦେଇଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ