ସଚେତନତା ବାର୍ତ୍ତା ନେଇ ସାଇକେଲ ଯାତ୍ରାରେ କେଦାରନାଥ ଅଭିମୁଖେ ଓଡିଆ ଯୁବକ
🎬 Watch Now: Feature Video
ବାରିପଦା: ପ୍ରଦୂଷଣ ମୁକ୍ତ ପରିବେଶ ସୃଷ୍ଟି କରିବାର ବାର୍ତ୍ତା ନେଇ ସଚେତନତା ଆଡକୁ ଆଉ ପାଦେ ବଢିଛନ୍ତି କଟକର ଯୁବକ ଦୀପକ କୁମାର ପ୍ରଧାନ । ପରିବେଶ ସୁରକ୍ଷା ପାଇଁ ସମସ୍ତେ ବୃକ୍ଷ ରୋପଣ କରିବା ନିହାତି ଆବଶ୍ୟକ । ଏହିପରି ବାର୍ତ୍ତା ନେଇ କଟକରୁ କେଦାରନାଥ ଅଭିମୁଖେ ହଜାର ହଜାର କିଲୋମିଟର ସାଇକେଲ ଯାତ୍ରାରେ ବାହାରିଛନ୍ତି କଟକର ଦୀପକ । ପରିବେଶ ସୁରକ୍ଷା ବାର୍ତ୍ତା ନେଇ କଟକରୁ ଗତକାଲି ଠାରୁ ସାଇକେଲ ଯାତ୍ରା ଆରମ୍ଭ କରି ଦୀପକ ଆଜି ବାରିପଦାରେ ପହଞ୍ଚିଥିବା ବେଳେ ତାଙ୍କୁ ବାରିପଦାବାସୀଙ୍କ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଛି । କଟକର ଖାନନଗର ଅଞ୍ଚଳର ଯୁବକ ଦୀପକ ଶାଢି ଦୋକାନରେ ସେଲସମ୍ୟାନ ଭାବେ କାର୍ଯ୍ୟ କରନ୍ତି । ଦୀପକଙ୍କ ବାପା ଜୟ ପ୍ରଧାନ ରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରିନ୍ତି । ପ୍ରଦୂଷଣରୁ ସମାଜକୁ ସୁରକ୍ଷା ଦେବା ପାଇଁ ସମସ୍ତଙ୍କୁ ସଚେତନ କରିବେ । ଏହିଭଳି ଏକ ମହତ ଉଦ୍ଦେଶ୍ୟ ନେଇ ସାଇକେଲ ଧରି ସଚେତନତା ପାଇଁ ବାହାରି ପଡିଛନ୍ତି କଟକରୁ କେଦାରନାଥ ଧାମ । ତେବେ ଦୀପକଙ୍କର ଏହି ମହତ ଉଦ୍ଦେଶ୍ୟାକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ଇଟିଭି ଭାରତ, ବାରିପଦା
TAGGED:
baripada news