ଆମେରିକାରେ ରଙ୍ଗବତୀ ଗୀତରେ ଠୁମକା ଲଗାଇଲେ ବାଲେଶ୍ଵର ଝିଅ - ଆମେରିକାରେ ରଙ୍ଗବତୀ ଗୀତରେ ନାଚିଲେ ଓଡିଆ ଝିଅ

🎬 Watch Now: Feature Video

thumbnail

By

Published : Aug 26, 2022, 10:48 AM IST

ବାଲେଶ୍ବର: ସୁଦୂର ଆମେରିକାରେ ରଙ୍ଗବତୀ ଗୀତ ତାଳେତାଳେ ନାଚି ସମସ୍ତଙ୍କ ମନ ମୋହିଛନ୍ତି ବାଲେଶ୍ଵର ଯୁବତୀ । ଆମେରିକାର ସିନସିନାଟି ଡାଉନ ଟାଉନର ଫାଉଣ୍ଟେନ ସ୍କ୍ୱାୟାରରେ ଓଡ଼ିଆ ସିନସିନାଟି ଗ୍ରୁପ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା । ଭାରତ ଆଜାଦୀ କା ଅମୃତ ମହୋତ୍ସବ ପାଳୁଥିବା ବେଳେ ଆମେରିକାରେ ଥିବା ପ୍ରବାସୀ ଭାରତୀୟମାନେ ପ୍ରସିଦ୍ଧ ସମ୍ବଲପୁରୀ ଗୀତ ମାଧ୍ୟମରେ ସମସ୍ତଙ୍କ ମନ ଛୁଇଁ ପାରିଛନ୍ତି । ଏମିତି କାର୍ଯ୍ୟକ୍ରମକୁ ଓଡ଼ିଆ ଆରଜେ ଅର୍ପିତା ବାସା ସଂଯୋଜନା କରିଥିଲେ। ନୃତ୍ୟଶିଳ୍ପୀ ଭାସ୍ୱତୀ କର, ସିଲା ରାଉତରାୟ, ଏଲିଜା ବେହେରା, ସୁଶ୍ରୀ ଦାଶ, ବୈଶାଳୀ ସେଠୀ, ଅନୁପମା ରାଓ, ଅନୁରାଧା ସିଂ, ଅନ୍ୱେଶା ବାସା ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ। ଏହାସହ ଭାରତୀୟ ସଂସ୍କୃତିର ବିଭିନ୍ନ ନୃତ୍ୟ, ସଙ୍ଗୀତ ଓ ଡ୍ରାମା ପରିବେଷଣ କରାଯାଇଥିଲା।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.