ଜଳଘେରରେ ଭାପୁର ବ୍ଲକ, 40 ଗାଁ ଜଳମଗ୍ନ
🎬 Watch Now: Feature Video
ନୟାଗଡ: ଲଗାଣ ବର୍ଷା ସାଙ୍ଗକୁ ମହାନଦୀର ବନ୍ୟା ପାଣି ଘେରରେ ନୟାଗଡ଼ ବହୁ ଗାଁ l ଭାପୁର ବ୍ଲକର ମଣିପୁର ରାସ୍ତା ଉପରେ 5 ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି l ତଳିଆ ଅଞ୍ଚଳ ଜଳମଗ୍ନ ହେବାରୁ ଭାପୁର ବ୍ଲକର 40ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି l ଗୋଟିଏ ପରେ ଗୋଟିଏ ଗାଁକୁ ପଶୁଛି ବନ୍ୟା ଜଳ l ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ହଠାତ ରାସ୍ତା ଉପରେ ବନ୍ୟା ପାଣି ବଢ଼ିବାରୁ ଲୋକମାନେ ଖାଦ୍ୟ ସାମଗ୍ରୀ ଆଣିବାରେ ସମସ୍ୟା ହେଉଛି । ଡ଼ଙ୍ଗାର ସୁବିଧା ଯୋଗାଇ ଦିଆଯାଇନାହିଁ l ଯାତାୟାତ ପାଇଁ ସ୍ଥାନୀୟ ବାସିନ୍ଦା ଚିନ୍ତାରେ ଅଛନ୍ତି । ବନ୍ୟା ଜଳ ପ୍ରଭାବରେ ସ୍ଥାନୀୟ ଅଞ୍ଚଳର ଶହ ଶହ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ବିଶେଷ କରି ବନ୍ୟା ପ୍ରଭାବରେ ଫତେଗଡ,ମଣିପୁର, ଦଶମନ୍ତପୁର, କରବର ଏବଂ ନଣ୍ଡାବର ଗାଁର ଲୋକେ ବହୁ ସମସ୍ୟାର ସମ୍ମଖିନ ହେଉଛନ୍ତି । ଗୃହ ପାଳିତ ପଶୁଙ୍କୁ ଶୁଖିଲା ସ୍ଥାନକୁ ନିଆଯାଇଛି l ସେପଟେ ଭାପୁର ବ୍ଲକ ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଯାତାୟାତ ପାଇଁ ବୋଟ ସହିତ ଶୁଖିଲା ଏବଂ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି l