Har Ghar Tiranga: ହର ଘର ତ୍ରିରଙ୍ଗା ଅଭିଯାନ ପାଇଁ ଆସିଲା ନୂଆ ଗୀତ - ହର ଘର ତ୍ରିରଙ୍ଗା ଅଭିଯାନ

🎬 Watch Now: Feature Video

thumbnail

By

Published : Aug 4, 2022, 2:20 PM IST

କଟକ: ଲୋକପ୍ରିୟ ଗୀତ ଝୁଲ୍‌ରେ ନିତାଇ ଝୁଲ୍‌ ଗୀତର ସ୍ବରରେ ବଜାରକୁ ଆସିଲା ନୂଆ ଗୀତ ଉଡ଼୍‌ରେ ତ୍ରିରଙ୍ଗା ଉଡ଼୍‌ । ଆଜାଦି କା ଅମୃତ ମହୋତ୍ସବ ପାଳୁଛି ସାରାଦେଶ । ଏଥିପାଇଁ ହର ଘର ତ୍ରିରଙ୍ଗାର କାର୍ଯ୍ୟକ୍ରମର ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି କାର୍ଯ୍ୟକ୍ରମର ଅଧିକ ପ୍ରଚାର ପାଇଁ କଟକରେ ହର ଘର ତ୍ରିରଙ୍ଗା ନେଇ ରେକର୍ଡ ହୋଇଛି ଏକ ନିଆରା ଗୀତ । ବାଦାମବାଡ଼ିଷ୍ଟିତ ଏସଆର ଷ୍ଟୁଡିଓରେ ପାରମ୍ପରିକ ଧୂନରେ ରେକର୍ଡ ହୋଇଛି ଏହି ଗୀତ । ଯାହାର ନାଁ ରହିଛି 'ଉଡ଼୍‌ରେ ତ୍ରିରଙ୍ଗା ଉଡ଼୍‌' । ଏହାର ଗୀତିକାର ବିଭୁତି ସ୍ବାଇଁ ରହିଥିବାବେଳେ ନନ୍ଦନୀ ଶତପଥି ଓ ନେହା ଏହି ଗୀତରେ କଣ୍ଠଦାନ କରିଛନ୍ତି । ଏହି ଗୀତ ନିଶ୍ଚୟ ଘରେ ଘରେ ପହଞ୍ଚିବ । ଦେଶବାସୀଙ୍କୁ ଦେଶ ପ୍ରେମରେ ବାନ୍ଧିବ ଓ ସମସ୍ତଙ୍କ ମନରେ ଦେଶାତ୍ମକ ଭାବନା ସୃଷ୍ଟି ହେବ ବୋଲି ଆଶା ରଖିଛନ୍ତି ସମସ୍ତ ଟିମ ସଦସ୍ୟ । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.