ନୟାଗଡ଼ବାସୀଙ୍କ ସେବା ପାଇଁ ପ୍ରସ୍ତୁତ ଅଛି କହିଲେ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ, ଲଢ଼ିବେ କି ୨୦୨୪ ନିର୍ବାଚନ
🎬 Watch Now: Feature Video
ନୟାଗଡ଼: ନୟାଗଡ଼ ରାଜନୀତିରେ ଏକ ଚର୍ଚ୍ଚିତ ଚେହେରା ଭାବେ ଜଣାଶୁଣା ପୂର୍ବତନ ସାଂସଦ ତଥା ନୟାଗଡ଼ର ରାଣୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ । ନୟାଗଡ଼ ରାଜନୀତିରେ ନୟାଗଡ଼ ରାଜ ପରିବାରର ଗୁରୁତ୍ବ ରହି ଆସିଛି । କନ୍ଧମାଳର ପୂର୍ବତନ ସାଂସଦ ହେଲେ ସୁଦ୍ଧା ସେ ନୟାଗଡ଼ର ବିକାଶ ପାଇଁ କାର୍ଯ୍ୟ କରି ଆସିଛନ୍ତି । ତାଙ୍କ ସ୍ବାମୀ ତଥା କନ୍ଧମାଳର ପୂର୍ବତନ ସାଂସଦ ସ୍ବର୍ଗତ କୁମାର ହେମେନ୍ଦ୍ର ଚନ୍ଦ୍ର ସିଂହ ବିଜେଡି ଟିକେଟରେ ସାଂସଦ ହୋଇଥିଲେ । ପରେ ରାଣୀ ପ୍ରତ୍ୟୁଷା ବିଜେଡିରେ ରହି କାର୍ଯ୍ୟ କରୁଥିଲେ । ଗତ ବିଧାନସଭା ନିର୍ବାଚନରେ ବିଜେଡ଼ି ଟିକେଟ ପାଇଁ ଆଶାୟୀ ଥିଲେ । ତେବେ ଟିକେଟ ନମିଳିବାରୁ ଗତ 2019 ମାର୍ଚ୍ଚ ମାସରେ ବିଜେଡି ଛାଡ଼ି ସେ ବିଜେପିରେ ମିଶିଥିଲେ । ସେହି ସମୟରେ ସେ ବିଧାୟିକା ପ୍ରାର୍ଥିନୀ ହେବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଇରାନୀ ରାୟ ନୟାଗଡ଼ ବିଧାୟିକା ପ୍ରାର୍ଥିନୀ ଭାବେ ବିଜେପିରୁ ଟିକେଟ ପାଇଥିଲେ । ଆଗାମୀ 2024 ନିର୍ବାଚନ ପାଇଁ ନେତାଏ ସଜବାଜ ହେଲେଣି । ୨୦୨୪ ନିର୍ବାଚନ ନେଇ ରାଣୀଙ୍କ ପ୍ରତିକ୍ରିୟା । ନୟାଗଡ଼ବାସୀଙ୍କ ସେବା ପାଇଁ ପ୍ରସ୍ତୁତ ଅଛି । ରାଜନୀତିରେ ରୁଚି ରଖୁଥିବା ରାଣୀ ପ୍ରତ୍ୟୁଷା ନୟାଗଡ଼ରେ ଖୁବ୍ କମ୍ ଦେଖିବାକୁ ମିଳୁଥିବାରୁ ତାଙ୍କୁ ନେଇ ଅନେକ ଚର୍ଚ୍ଚା ହୁଏ । କେହି କେହି ନୟାଗଡ଼ରେ ରାଣୀଙ୍କ ଉପସ୍ଥିତ ନଥିବା କୁହନ୍ତି । ତେବେ ସେ ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ବିରୋଧୀ ଭାବେ ଜଣାଶୁଣା । ତାଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାରରେ ଅଧିକ ଆଲୋଚନା କରିଛନ୍ତି ନୟାଗଡ଼ ପ୍ରତିନିଧି ଜୟେନ୍ଦ୍ର ବେହେରା ।