ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇ ପୁରୀରେ ଜମୁଛି ଭିଡ - ମହାପ୍ରଭୁଙ୍କ ନବଯୌବନ ଦର୍ଶନ
🎬 Watch Now: Feature Video
ପୁରୀ: ସୁସ୍ଥ ହେଲେ ମହାପ୍ରଭୁ । ଖଡ଼ି ଲାଗି ସହ ବନକଲାଗି ନୀତିପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଛନ୍ତି । ଆଜି ଅଣସର ପିଣ୍ଡିରୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଏଥିପାଇଁ ଶ୍ରୀମନ୍ଦିରରେ ଲକ୍ଷଲକ୍ଷ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ସକାଳ 8ଟାରୁ ପରିମାଣିକ ଟିକେଟରେ ଦର୍ଶନ ଆରମ୍ଭ ହୋଇଥିବାବେଳେ 9ଟାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ପାଇ ଭାବବିହ୍ବଳ ହୋଇଛନ୍ତି ଭକ୍ତ । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଇଟିଭି ଭାରତ, ପୁରୀ