ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ଗଡ଼ଚଣ୍ଡୀ - ଗଡ଼ଚଣ୍ଡୀଙ୍କ ମହାଲକ୍ଷ୍ମୀ ବେଶ

🎬 Watch Now: Feature Video

thumbnail

By

Published : Oct 1, 2022, 9:41 AM IST

Updated : Oct 1, 2022, 12:56 PM IST

କଟକ: ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ରହିଛି କଟକର ସମସ୍ତ ଶକ୍ତିପୀଠ । ଆଜି ଶକ୍ତିପୀଠ ଗୁଡିକରେ ପାଳିତ ହେଉଛି ସପ୍ତମୀ ପୂଜା । ଏହାକୁ ନେଇ ପୁରା ସିଲଭରସିଟିରେ ଆଧ୍ୟାତ୍ମିକ ପରିବେଶ ଖେଳିଯାଇଛି । ଷୋଡ଼ଶ ଦିନାତ୍ମକ ପୂଜା ଉପଲକ୍ଷେ ଆଜି ଭକ୍ତମାନଙ୍କୁ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଇଛନ୍ତି ମା' ଗଡ଼ଚଣ୍ଡୀ । ଏହି ବେଶକୁ ଦେଖିବା ପାଇଁ ମନ୍ଦିର ପରିସରରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମୁଛି । ମା'ଙ୍କ ସାମ୍ନାରେ ଥିବା ଓତରି ଉଠିବା କ୍ଷଣି ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଛି ସମଗ୍ର ପୀଠ । ଆଜି ଦିନ ତମାମ ମାଆଙ୍କୁ ଦେଖିବା ପାଇଁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଲାଇନ ଲାଗିଛି । ନବରାତ୍ର ପୂଜା ଚାଲିଥିବାରୁ ମାଆଙ୍କୁ ଦର୍ଶନ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟିଛି । ଗଡ଼ଚଣ୍ଡୀଙ୍କ ଏହି ଗାୟତ୍ରୀ ବେଶର ମହିମା ଅସୀମ ଓ ଅପାର । ମା'ଙ୍କ ଏହି ଅପୂର୍ବ ବେଶର ମହିମା ସମ୍ପର୍କରେ ଶୁଣନ୍ତୁ କ'ଣ କହୁଛନ୍ତି ଗଡ଼ଚଣ୍ଡୀ ପୂଜକ ।
Last Updated : Oct 1, 2022, 12:56 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.