ଝଙ୍କଡବାସିନୀ ମାଆ ଶାରଳାଙ୍କ ସୁନାବେଶ ଅନୁଷ୍ଠିତ - ଝଙ୍କଡବାସିନୀ

🎬 Watch Now: Feature Video

thumbnail

By

Published : Sep 26, 2022, 7:46 AM IST

ଜଗତସିଂହପୁର: ଜିଲ୍ଲାର ଇଷ୍ଟଦେବୀ ମାଆ ଶାରଳାଙ୍କ ପୀଠରେ ମହାଳୟା ଅବସରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ସକାଳୁ ମଙ୍ଗଳ ଆଳତୀ ପରେ ମଇଲମ, ସ୍ନାନ ଓ ଅବକାଶ ନୀତି ପରେ ଷୋଡଶ ଉପଚାର ପୂଜା ,ଚଣ୍ଡୀ ପାଠ ଅନୁଷ୍ଠିତ ହୋଇଥିଲା। ପରେ ସନ୍ଧ୍ୟାରେ ମାଆଙ୍କୁ ମାର୍ଜନା ପରେ ସନ୍ଧ୍ୟା ଆଳତି ସହ ମାଆଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି । ଯାହାକୁ ଦର୍ଶନ କରିବା ପାଇଁ ପ୍ରବଳ ଜନ ସମାଗମ ହୋଇଥିଲା । ଶାରଦୀୟ ପାର୍ବଣ ପୂଜା ଅବସରରେ ମା'ଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯାଉଥିବା ବେଳେ ମହାଳୟା ଅବସରରେ ସୁନାବେଶରେ ଦର୍ଶନ ଦେଇଛନ୍ତି । ମାଆଙ୍କ ଏହି ବେଶ ଦେଖି ଶ୍ରଦ୍ଧାଳୁମାନେ କୃତ୍ୟ କୃତ୍ୟ ହୋଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.