କୋହିନୂର ଫେରିଲେ ବି ମହାପ୍ରଭୁଙ୍କ ନିକଟରେ ଲାଗିବ ନାହିଁ: ବରିଷ୍ଠ ଦଇତାପତି - ଜଗନ୍ନାଥଙ୍କ କୋହିନୂର ହୀରା

🎬 Watch Now: Feature Video

thumbnail

By

Published : Sep 12, 2022, 10:52 PM IST

ପୁରୀ: ମହାପ୍ରଭୁଙ୍କ ନିକଟକୁ କୋହିନୂର ହୀରା ଫେରାଇ ଆଣିବାକୁ ଦାବି ପୁନଃ ଉଠିବାରେ ଲାଗିଛି । ଏହାକୁ ନେଇ ଜଗନ୍ନାଥ ସେନା ପୁଣି ଦାବି ଉଠାଇଛି । ତେବେ ହୀରା ଆସିଲେ ଜଗନ୍ନାଥ ମହାପ୍ରଭୁ ଧାରଣ କରିପାରିବେ ନାହିଁ । ପୂର୍ବରୁ ଏହାକୁ ମନୁଷ୍ୟ ପରିଧାନ କରୁଥିବାରୁ ଏହା ମହାପ୍ରଭୁ ବ୍ୟବହାର କରିବେ ନାହିଁ (kohinoor can not used for lord Jagannath)। କେବଳ ଭକ୍ତଙ୍କ ଦର୍ଶନ ଉଦ୍ଦେଶ୍ୟରେ କୋହିନୂରକୁ ସଂଗ୍ରାହଳୟରେ ରଖାଯିବ । ବ୍ରିଟେନ ରାଣୀ ଏଲିଜାବେଥ୍‌ ଦ୍ବିତୀୟଙ୍କ ମୃତ୍ୟୁ ପରେ ପୁଣି କୋହିନୂର୍ ହୀରାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଶ୍ବ ପ୍ରସିଦ୍ଧ କୋହିନୂର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ରାଜା ରଣଜିତ୍ ସିଂ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ହେଲେ ଇଂରେଜ ସରକାର ଏହାକୁ ନେଇ ଯାଇଥିଲେ । ତେବେ କୋହିନୂରକୁ ଭାରତ ଅଣାଯାଉ କିନ୍ତୁ ଏହା ଆସିଲେ ମଧ୍ୟ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ଲାଗି ହୋଇ ପାରିବ ନାହିଁ ବୋଲି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର ମତ ରଖିଛନ୍ତି । ଯେହେତୁ ଏହି ହୀରା ଜଣେ ମଣିଷ ତାଙ୍କ ମସ୍ତିସ୍କରେ ଲଗାଇ ଥିଲେ ଏହାକ ବିଘ୍ନ ହୋଇଛି । ଆଉ କୌଣସି ବିଘ୍ନ ସାମଗ୍ରୀ ମହାପ୍ରଭୁ ପରିଧାନ କରନ୍ତି ନାହିଁ । ଏହା ପରମ୍ପରା ବିରୋଧୀ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.