Watch Video: ଭୀଷଣ ଗରମରେ ତୃଷାର୍ତ୍ତ ଚିତାବାଘ, ନଳକୂପରୁ ପିଉଛି ପାଣି
🎬 Watch Now: Feature Video
ଜୟପୁର: ରାଜସ୍ଥାନର ସବାଇ ମାଧୋପୁରରେ ଭୀଷଣ ଗରମ ଯୋଗୁଁ ରଣଥମ୍ଭୋରର ବନ୍ୟଜନ୍ତୁ ମଧ୍ୟ ଅସ୍ତବ୍ୟସ୍ତ ହୋଇଯାଉଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସବାଇ ମାଧୋପୁର ଜିଲ୍ଲା ମୁଖ୍ୟାଳୟ ପାଖ ଟୋଙ୍କ ଚିରଗାଁଓ ହାଇଓ୍ବେସ୍ଥିତ ଭୋମିୟା ଜି ଟେକରେ । ଯେଉଁଠାରେ ଜଳ ସନ୍ଧାନରେ ଏକ ଚିତାବାଘ ରଣଥମ୍ଭୋର ଜଙ୍ଗଲରୁ ବାହାରି ରାସ୍ତାରେ ବୁଲୁଛି । ଚିତାଟି ରାସ୍ତା କଡରେ ଥିବା ହ୍ୟାଣ୍ଡପମ୍ପରୁ ପାଣି ପିଇ ପୁନଶ୍ଚ ଜଙ୍ଗଲକୁ ଫେରିଯାଇଥିଲା ।