thumbnail

କଟକରେ ପାଳିତ ହେଲା କୁମାର ପୂର୍ଣ୍ଣିମା ପର୍ବ

By

Published : Oct 9, 2022, 8:19 PM IST

କୁମାର ପୂର୍ଣ୍ଣିମା ପର୍ବ ପାଳିଲା ସିଲଭରସିଟି । ସକାଳୁ ସଞ୍ଜ ପର୍ଯ୍ୟନ୍ତ ଏହି ପୂଜା ଘରେ ଘରେ ବେଶ ଧୁମଧାମରେ ଅନୁଷ୍ଠିତ ହୋଇଛି । ସକାଳୁ ସୂର୍ଯ୍ୟ ପୂଜା ଓ ସନ୍ଧ୍ୟାରେ ଚାନ୍ଦ ପୂଜା କରିଛନ୍ତି କଟକର କୁମାରୀ ଓ ମହିଳା । ସମସ୍ତ ରୀତିନୀତିରେ ହୋଇଛି ପୂଜାର୍ଚ୍ଚନା । ବିଭିନ୍ନ ପ୍ରକାର ଭୋଗ ଧୂପ ଦୀପରେ ପୂଜା କରିଛନ୍ତି । ତେବେ କୋଭିଡ କାରଣରୁ ଦୁଇ ବର୍ଷ ଧରି ଝିଅମାନେ ଏକାଠି ହୋଇ ଏହି ପୂଜା ପାଳନ କରି ପାରିନଥିଲେ । ତେବେ କୋଭିଡ ଯିବା ପରେ କୁମାର ପୂର୍ଣ୍ଣିମାକୁ ଘରେ ଘରେ ସମସ୍ତେ ଏକାଠି ହୋଇ ପାଳନ କରିଛନ୍ତି । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.