thumbnail

By

Published : Apr 21, 2022, 1:08 PM IST

ETV Bharat / Videos

କାଠଗଦାରେ ଲୁଚିଥିଲା 12 ଫୁଟିଆ ଅହିରାଜ, ଧରିଲେ ସ୍ନେକ ହେଲପ ଲାଇନ ସଦସ୍ୟ

ବ୍ରହ୍ମପୁର: 12 ଫୁଟ ଲମ୍ବର ଅହିରାଜ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଆମ୍ବ ଗାଁରୁ ସାପଟିକୁ ଉଦ୍ଧାର କରିଛି ସ୍ନେକ ହେଲଫ ଲାଇନ । ସାପଟି ପୁରୁଷ ପ୍ରଜାତିର ରହିଥିବା ବେଳେ ବୟସ ୪ ବର୍ଷ ବୋଲି କୁହାଯାଇଛି । ସୂଚନା ଅନୁସାରେ ଗଞ୍ଜାମ ଆମ୍ବ ଗାଁର ସୀମାଞ୍ଚଳ ସେଠୀଙ୍କ ଘରେ ଥିବା କାଠ ଗଦା ମଧ୍ୟରେ ସାପଟି ଥିବା ନେଇ ମହିଳା ଜଣକ ଦେଖିବାକୁ ପାଇଥିଲେ । ଏହାପରେ ପରିବାର ବର୍ଗ ଭୟଭୀତ ହୋଇ ପିପୁଲ୍ ଫର୍ ଆନିମାଲ୍ସ ସଦସ୍ୟ ଶୁଭମ୍ କୁମାର ସାହୁଙ୍କୁ ଜଣାଇଥିଲେ । ଖବରପାଇ ଶୁଭମଙ୍କ ନେତୃତ୍ବରେ ସଦସ୍ୟ ଅଜୟ ନାୟକ , ଡାକ ସେଠୀ , କାଳିଆ ନାହାକ , ଅଳୟ ପ୍ରଧାନ , ରାମ ରେଡ୍ଡୀ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ମିଳିତ ସହଯୋଗରେ ସାପଟିକୁ ସତର୍କତାର ସହ ଉଦ୍ଧାର କରିଥିବା ଜଣାପଡ଼ିଛି । ସାପଟିକୁ ଉଦ୍ଧାର ପରେ ନିକଟସ୍ଥ ଚାଙ୍ଗୁଡିଦେଇ ଜଙ୍ଗଲ ମଧ୍ୟରେ ଛଡାଯାଇଛି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.