ମହଙ୍ଗା ପଡ଼ିଲା ସାପକୁ ଚୁମ୍ବନ, ଓଠକୁ କାମୁଡିଲା କୋବ୍ରା - କର୍ଣ୍ଣାଟକ କୋବ୍ରା ଭାଇରାଲ ଭିଡିଓ

🎬 Watch Now: Feature Video

thumbnail

By

Published : Sep 30, 2022, 7:21 PM IST

ବେଙ୍ଗାଲୁରୁ: ସମସ୍ତ ସାପମାନଙ୍କ ମଧ୍ୟରୁ କିଙ୍ଗ କୋବ୍ରା ସବୁଠାରୁ ବିପଦଜ୍ଜନକ । କୋବ୍ରା ସାପକୁ ଚୁମ୍ବନ ଦେବା ପଡିଲା ମହଙ୍ଗା । ଜଣେ ଯୁବକ କୋବ୍ରାକୁ ଚୁମ୍ବନ ଦେବା ସମୟରେ ଓଠକୁ କାମୁଡିଲା ସାପ । ଏଭଳି ଏକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି କର୍ଣ୍ଣାଟକର ଭଦ୍ରାବତୀରୁ । ସୂଚନା ଅନୁସାରେ ଆଲେକ୍ସ ନାମକ ଏକ ସାପ ଧରାଳି ଏକ କୋବ୍ରାକୁ ଧରି ଚୁମ୍ବନ ଦେଉଥିଲେ । ଠିକ ସେହି ସମୟରେ ସାପଟି ପଛକୁ ବୁଲି ଯୁବକଙ୍କ ଓଠକୁ ହଠାତ୍ କାମୁଡି ଦେଇଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ସେହି ସମୟର ଦୃଶ୍ୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.