thumbnail

By

Published : May 5, 2022, 2:55 PM IST

ETV Bharat / Videos

JCB ଟାୟାର ହାୱା ଭରିବା ସମୟରେ ବିସ୍ଫୋରଣ, ଚାଲିଗଲା ୨ ମେକାନିକ୍‌ଙ୍କ ଜୀବନ

ରାୟପୁର: JCB ଟାୟାର ଫାଟି ଚାଲିଗଲା ଦୁଇ ଜଣ ମେକାନିକ୍‌ଙ୍କ ଜୀବନ । ଛତିଶଗଡ଼ ରାଜଧାନୀ ରାୟପୁରର ସିଲତରାରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । JCB ଟାୟାରରେ ହାୱା ଭରିବା ସମୟରେ ଅଚାନକ ଟାୟର ଫାଟି ବିସ୍ଫୋରଣ ହୋଇଥିଲା । ଫଳରେ ଏଥିରେ ଦୁଇ ଜଣ ମେକାନିକ୍‌ଙ୍କ ପ୍ରାଣହାନୀ ହୋଇଛି । ଗତ ମଙ୍ଗଳବାର ପାଖାପାଖି ୩.୩୦ ମିନିଟରେ ଏହି ଦୁର୍ଘଟଣା ଘଟିଛି । ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ ଦୁଇ ମେକାନିକ୍‌ ପ୍ରାୟ ୮ ଫୁଟ୍‌ ଉପରକୁ ଉଟି ତଳେ କଚାଡ଼ି ହୋଇ ପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଏହି ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.