thumbnail

By

Published : Sep 26, 2022, 7:09 PM IST

ETV Bharat / Videos

JCB Machine overturned: ଭାଙ୍ଗୁଥିଲା ପୋଲ, ନଦୀରେ ଓଲଟିଲା JCB

ଲକ୍ଷ୍ନୌ: ଜରାଜୀର୍ଣ୍ଣ ପୋଲ ଭାଙ୍ଗିବା ବେଳେ ନଦୀ ଗର୍ଭରେ ଓଲଟିଲା JCB । ଉତ୍ତର ପ୍ରଦେଶ ମୁଜାଫରନଗର ସିଖେଡ଼ା ଅଞ୍ଚଳରେ ଏଭଳି ଏକ ଦୁର୍ଘଟଣା ଘଟିଛି (JCB Machine overturned in canal)। ଏଥିରେ କାହାର କ୍ଷୟକ୍ଷତି ହୋଇନାହିଁ । ସମୟ ଥାଉଥାଉ ଜେସିବି ଚାଳକ ଓ ହେଲ୍‌ପର୍‌କୁ ଉଦ୍ଧାର କରାଯାଇଛି । ତେବେ ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ସିଖେଡ଼ାରେ ଗଙ୍ଗାନଦୀ ଉପରେ ଥିବା ଏକ ପୋଲ ଜରାଜୀର୍ଣ୍ଣ ହୋଇ ପଡ଼ିଥିଲା । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏହାକୁ ଭାଙ୍ଗିବାକୁ ନିଷ୍ପତ୍ତି ନିଆଗଲା । ରବିବାର ସନ୍ଧ୍ୟାରେ JCB ପୋଲକୁ ଭାଙ୍ଗୁଥିବା ବେଳେ, ପୋଲ ଭାଙ୍ଗି ଜେସିବି ମଧ୍ୟ ନଦୀରେ ପଡ଼ିଯାଇଥିଲା । ଜେସିବି ଚାଳକ ଡେଇଁପଡ଼ି ନିଜ ଜୀବନ ବଞ୍ଚାଇଥିଲେ । ହେଲ୍‌ପର୍‌କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । ଏବେବି JCB ଗଙ୍ଗା ନଦୀରେ ଫସି ରହିଛି । ଏହି ରାସ୍ତା ପାଇଁ ନୂଆ ପୋଲ ନିର୍ମାଣ ହୋଇ ସାରିଛି । ଏହାପରେ ପୁରୁଣା ପୋଲକୁ ଭାଙ୍ଗି ଦିଆଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.