ନୟାଗଡ଼ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
🎬 Watch Now: Feature Video
ନୟାଗଡ଼: ଶରୀର ଓ ମନକୁ ସୁସ୍ଥ ରଖିବାର ସର୍ବୋତ୍ତମ ଉପାୟ ହେଉଛି ଯୋଗ । ମାନବିକତା ପାଇଁ ଯୋଗର ବାର୍ତ୍ତା ପ୍ରଚାର କରିବା ଉଦ୍ଦେଶ୍ୟରେ ଦେଶବ୍ୟାପୀ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହି ଯୋଗ ଦିବସ ପାଳିତ ହେଉଥିବା ବେଳେ ଆଜି ନୟାଗଡ଼ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଦଳୀୟ କର୍ମୀଙ୍କ ଆନୁକୂଲ୍ୟରେ ଯୋଗ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସେହିଭଳି ନୟାଗଡ଼ କୋର୍ଟ କମ୍ପ୍ଲେକ୍ସ ପରିସରରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନୟାଗଡ଼ର ବିଭିନ୍ନ ବିଚାରବିଭାଗୀୟ ଅଦାଲତର ବିଚାରପତିମାନଙ୍କ ସମେତ ଜିଲ୍ଲା ବାର ଆସୋସିଏସନର ସଦସ୍ୟମାନେ ଯୋଗ ଶିବିରରେ ସାମିଲ ହୋଇଥିଲେ ।
ଇଟିଭି ଭାରତ, ନୟାଗଡ଼