Independence Day: ସମ୍ବୋଧନ ପରେ ଛାତ୍ରଛାତ୍ରୀଙ୍କୁ ଭେଟିଲେ ମୋଦି - କିଛି କ୍ଷଣରେ ଭାରତ ଭ୍ରମଣ କଲେ ମୋଦି
🎬 Watch Now: Feature Video
ନୂଆଦିଲ୍ଲୀ: ଦେଶ ପାଳୁଛି ସ୍ବାଧୀନତାର ଅମୃତ ମହୋତ୍ସବ । ଦେଶର କୋଣ ଅନୁକୋଣରେ ପ୍ରତି ଘରେ ଫରଫର ହୋଇ ଉଡୁଛି ଭାରତୀୟଙ୍କ ଅଭିମାନ ତିରଙ୍ଗା । ଲାଲକିଲ୍ଲାରେ ପତ୍ତାକା ଉତ୍ତୋଲନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ନବମ ଥର ପାଇଁ ଦିଲ୍ଲୀର ରେଡଫୋର୍ଟରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ସମ୍ବୋଧନ ପରେ ପ୍ରଧାନମନ୍ତ୍ରୀ ସିଧାସଳଖ ଛାତ୍ରଛାତ୍ରୀଙ୍କ ଗହଣକୁ ଆସି କରମର୍ଦ୍ଦନ କରିବା ସହ ଭାବବିନିମୟ କରିଛନ୍ତି । ଏହି ଅବସରରେ ଛାତ୍ରଛାତ୍ରୀ ଓ ସମସ୍ତ ରାଜ୍ୟର କଳାକାରଙ୍କ ଦ୍ବାରା ସାଂକେତିକ ଭାବେ ମାନବ ଶୃଙ୍ଖଳା ନିର୍ମିତ ହୋଇଥିବା ଭାରତ ମାନଚିତ୍ର ପରିଭ୍ରମଣ କରିଥିଲେ ମୋଦି । ଦେଖନ୍ତୁ ଭିଡିଓ...