ବଲିଉଡ ଗୀତରେ ବରଯାତ୍ରୀଙ୍କ ସହ ଡ୍ୟାନ୍ସ କଲା ଘୋଡା, ଦେଖନ୍ତୁ ଏହି ମଜାଦାର ଭିଡିଓ - ଘୋଡା ନାଚ
🎬 Watch Now: Feature Video
ଲକ୍ଷ୍ନୌ: ଚାଲିଥିଲା ବିବାହ ପ୍ରୋସେସନ । କାନଫଟା ଡିଜେରେ ବଲିଉଡ ଗୀତ ସହ ଧୁମ୍ ନାଚୁଥିଲେ ବରଯାତ୍ରୀ । ଡିମ୍ ଡିମ୍ ଡିବା ଡିବା ଗୀତରେ ସମସ୍ତେ ଝୁମୁଥିବା ବେଳେ ବରଯାତ୍ରୀଙ୍କୁ ଦେଖି ବେକାବୁ ହୋଇଗଲା ବର ସାଙ୍ଗରେ ଯାଇଥିବା ଘୋଡା । ତେଣୁ ଘୋଡା ବି ବଲିଉଡ୍ ଗୀତରେ ଦୁଇ ଗୋଡ ଟେକି ଆରମ୍ଭ କଲା ଡ୍ୟାନ୍ସ । ଏହି ସମୟର ଏକ ମଜାଦାର ଭିଡିଓ ଏବେ ସାମ୍ନାକୁ ଆସିଛି । ମାତ୍ର ଘୋଡା ଦୁଇ ଗୋଡରେ ଡେଇଁ ଡେଇଁ ଡ୍ୟାନ୍ସ କରିବା ସମୟରେ ୬ରୁ ଅଧିକ ବରଯାତ୍ରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାଟି ଉତ୍ତରପ୍ରଦେଶ ହମିରପୁର ଅନ୍ତର୍ଗତ କୋତବାଲି ଅଞ୍ଚଳରେ ହୋଇଥିବା ଜଣାପଡିଛି ।