ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ହୋଇଥାଏ ଅଧିକ କର୍କଟ ରୋଗ: ଅଙ୍କୋଲୋଜିଷ୍ଟ - କର୍କଟକୁ ନେଇ ଡାକ୍ତରଙ୍କ ମତ

🎬 Watch Now: Feature Video

thumbnail

By

Published : Jul 29, 2022, 7:55 PM IST

କଟକ: ଦେଶରେ ବଢି ଚାଲୁଛି କର୍କଟ ରୋଗୀଙ୍କ ସଂଖ୍ୟା । ବର୍ଷକୁ ପ୍ରାୟ ୧୧ରୁ ୧୨ ଲକ୍ଷ ଲୋକ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଆମ ରାଜ୍ୟରେ ବର୍ଷକୁ ପ୍ରାୟ ୭୦ରୁ ୮୦ ହଜାର ଲୋକ କର୍କଟରେ ଆକ୍ରାନ୍ତ ହେଉଛନ୍ତି । ସବୁଠାରୁ ବଡ଼ କଥା ହେଉଛି ପୁରୁଷଙ୍କ ଅପେକ୍ଷା ଅଧିକ ସଂଖ୍ୟକ ମହିଳା ଏହାର ଶିକାର ହେଉଛନ୍ତି । ପ୍ରାୟ ୧୪ ପ୍ରତିଶତ ମହିଳା କେବଳ ସ୍ତନ କର୍କଟରେ ଆକ୍ରାନ୍ତ ହେଉଛନ୍ତି । ଗତବର୍ଷ ପ୍ରାୟ ୧ ଲକ୍ଷ ୬୫ ହଜାର ମହିଳା ଏହି ସ୍ତନ କର୍କଟରେ ଆକ୍ରାନ୍ତ ହୋଇଥିଲେ । ତେବେ ଏନେଇ ସୂଚନା ଦେଇଛନ୍ତି ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନର ଡ଼ ପ୍ରଶାନ୍ତ କୁମାର ପରିଡା । ତେବେ ଏହାକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନଥିବା ସେ କହିଛନ୍ତି । ଆଗକୁ ଏହାର ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ। ତେବେ କାହିଁକି ମହିଳାଙ୍କ ସଂଖ୍ୟା ପୁରୁଷଙ୍କ ଅପେକ୍ଷା ଅଧିକ ରହିଥାଏ ? କିପରି ଏହାର ନିରାକରଣ କରାଯିବ ? ଲୋକେ କିପରି ସଚେତନ ରହିବେ ? କିପରି ଏହାର ନିରାକରଣ କରିବେ ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଡାକ୍ତର ପ୍ରଶାନ୍ତ ପରିଡା । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.