Watch Video: ହାର୍ଟ ସେପଡ୍ ସାଣ୍ଡୱିଚ୍, ଦେଖନ୍ତୁ ପ୍ରସ୍ତୁତି ପ୍ରଣାଳୀ - ଭାଇରାଲ ସାଣ୍ଡୱିଚ
🎬 Watch Now: Feature Video
ଗାନ୍ଧୀନଗର: ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି 'ହାର୍ଟ ସେପଡ୍ ସାଣ୍ଡୱିଚ'(Heart-shaped sandwich) । ଗୁଜୁରାଟର ଭାବନଗର ସହରରେ ବିକ୍ରି ହେଉଛି ଏହି ଅଭିନବ ସାଣ୍ଡୱିଚ । ଆଜକୁ ପ୍ରାୟ ୨୬ ବର୍ଷ ପୂର୍ବରୁ ହିତେଶଭାଇ ଠକ୍କର ଘୋଘା ଅଞ୍ଚଳରେ ହିତେଶ ସାଣ୍ଡୱିଚ ନାମରେ ଏହି ବ୍ୟବସାୟ ଆରମ୍ଭ କରିଥିଲେ । ତେବେ ଭାଇରାଲ ହେଉଥିବା ଏହି ସାଣ୍ଡୱିଚ ଖାଇବା ପାଇଁ ବହୁ ଦୂରରୁ ଗ୍ରାହକ ମାନଙ୍କର ସୁଅ ଛୁଟୁଛି । ବ୍ରେଡକୁ ହୃଦୟ ଆକୃତିରେ କାଟିବା ପରେ ସେଥିରେ ଚକୋବାର, ବଟର ଓ ଚକୋଲେଟ ଭଳି ସ୍ବାଦିଷ୍ଟ ସାମଗ୍ରୀର ବ୍ୟବହାର ହେଉଥିବା ହିତେଶଭାଇ ଇଟିଭିକୁ ଜଣାଇଛନ୍ତି ।